ଓଡିଶା

odisha

ETV Bharat / bharat

ପାକିସ୍ତାନରେ ଇଦ୍‌ର ଟିଭି ପ୍ରସାରଣ ବ୍ୟାନ

ଇଦ୍-ଉଲ-ଜୁହା ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବା ଲାଇଭକୁ ପ୍ରସାରଣ ନ କରିବାକୁ ପାକିସ୍ତାନର ମିଡିଆ ରେଗୁଲେଟୋରୀ ଅଥୋରିଟି(ଏମଆରଏ) ଗଣମାଧ୍ୟମ ଗୁଡିକୁ କହିଛି ।

By

Published : Aug 11, 2019, 1:44 PM IST

ଭିଡିଓ ସୌଜନ୍ୟ: ଆଇଏଏନଏସ

ଇସଲାମାବାଦ: ଇଦ୍-ଉଲ-ଜୁହା ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବା ଲାଇଭକୁ ପ୍ରସାରଣ ନ କରିବାକୁ ପାକିସ୍ତାନର ମିଡିଆ ରେଗୁଲେଟୋରୀ ଅଥୋରିଟି(ଏମଆରଏ) ଗଣମାଧ୍ୟମ ଗୁଡିକୁ କହିଛି । ଏହା କେବଳ ପାକିସ୍ତାନକୁ ନୁହେଁ ବରଂ କାଶ୍ମୀରରେ ବାସ କରୁଥିବା ଭାଇମାନଙ୍କ ଭାବନାକୁ ପ୍ରଭାବିତ କରିବ ବୋଲି ଏମଆରଏ କହିଛି ।

କାଶ୍ମୀରରୁ ଧାରା 370ର ଉପଧାରା ଓ 35 (ଏ) ଉଚ୍ଛେଦ ପରେ ଭାରତକୁ ସମାଲୋଚନା କରିଛି ପାକିସ୍ତାନ । କାଶ୍ମୀରରେ 144ଧାରା ଲାଗୁ ହେବା ପରେ ଏଥିରେ ଭାରତୀୟ ସେନା କାଶ୍ମୀର ଲୋକଙ୍କ ଉପରେ ଅତ୍ୟାଚାର କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିଆସୁଥିଲା । ତେବେ କାଶ୍ମୀରବାସୀଙ୍କ ମନରେ ନିଜର ଦରଦ ଦର୍ଶାଇବାକୁ ପାକିସ୍ତାନ ଏପରି ନିର୍ଦ୍ଦେଶନାମା ଜାରି କରିଥାଇପାରେ ବୋଲି କୁହାଯାଉଛି ।

ABOUT THE AUTHOR

...view details