ଓଡିଶା

odisha

ETV Bharat / bharat

ଏଣିକି ବଦଳିବ 'ଅଭିନନ୍ଦନ'ର ପରିଭାଷା: ପିଏମ ମୋଦି

ଶତ୍ରୁ ଘରୁ ଜନ୍ମମାଟିକୁ ଫେରିଛନ୍ତି ଅଭିନନ୍ଦନ । ତିନି ଦିନ ଧରି ପାକିସ୍ତାନ ହେପାଜତରେ ଥିଲେ ଅଭିନନ୍ଦନ। ଅଭିନନ୍ଦନଙ୍କ ସ୍ବଦେଶ ଫେରିବା ପରେ ସାରା ଦେଶରେ ଉତ୍ସାହର ଲହରୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Mar 2, 2019, 6:30 PM IST

Updated : Mar 2, 2019, 7:25 PM IST

ନୂଆଦିଲ୍ଲୀ: ଶତ୍ରୁ ଗଡରେ ପାଖାପାଖି 3 ଦିନ ରହିବା ପରେ ଜନ୍ମମାଟି ଭାରତକୁ ଫେରିଛନ୍ତି ୱିଂଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ପୂରା ଦେଶ ଅଭିନନ୍ଦନଙ୍କୁ ଉଚ୍ଛ୍ବସିତ ସ୍ବାଗତ କରିଛି । ପିଲା ଠୁ ବୁଢା, ନେତା ଠୁ ଅଭିନେତା ସମସ୍ତେ ଏହି ପରାକ୍ରମୀ ବୀରଙ୍କ ସୌର୍ଯ୍ୟ, ପରାକାଷ୍ଠା ଏବଂ ସାହିକତାକୁ ସଲାମ ଜଣାଇଛନ୍ତି । କେବଳ ସେତିକି ନୁହେଁ ମାର୍ଚ୍ଚ 1କୁ ଏକପ୍ରକାର 'ଅଭିନନ୍ଦନ' ଦିବସ ରୂପେ ପାଳନ କରିଛନ୍ତି ଦେଶବାସୀ । ଏପଟେ 'ଅଭିନନ୍ଦନ' ଅର୍ଥାତ୍ 'Congratulations'ର ପରିଭାଷା ଏଣିକି ବଦଳିବ ବୋଲି ଶନିବାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏକ ହାଉସିଂ ମିନିଷ୍ଟ୍ରି (ଆବାସ ମନ୍ତ୍ରଣାଳୟ) ଇଭେଣ୍ଟରେ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ଏବେ ପୁରା ଦେଶ ଭାରତର ଶକ୍ତିକୁ ଦେଖିଛି । ଏମିତିକି ଭାରତ ଏତେ କ୍ଷମତାଶୀଳ ଯେ, ଡିକ୍ସନାରୀ (ଶବ୍ଦକୋଷ)ର ଅର୍ଥକୁ ମଧ୍ୟ ବଦଳାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତିନି ଧରି ଶତ୍ରୁ ଦେଶରେ ଗୋଟିଏ ଗୋଟିଏ କ୍ଷଣ ବିରତ୍ବର ସହିତ ବିତାଇଥିଲେ ନିର୍ଭିକ, ସଚ୍ଚା ଦେଶଭକ୍ତ ଏବଂ ବୀର ବାୟୁଯୋଦ୍ଧା ଅଭିନନ୍ଦନ । ସେ ମଧ୍ୟ ନିଜର ସାହକିତା ଓ ଦେଶ ପ୍ରତି ତାଙ୍କର ସଚ୍ଚୋଟତାକୁ ପ୍ରମାଣ କରି ଦେଖାଇଛନ୍ତି । ଜେନିଭା କନଭେନନ୍ସ ନିୟମ ଏବଂ ଭାରତର ପ୍ରବଳ ଚାପ ପରେ ବାଧ୍ୟ ହୋଇ ପାକିସ୍ତାନ ଗତକାଲି ଅଭିନନ୍ଦନଙ୍କୁ ଫେରାଇଛି । ତେବେ ପ୍ରଧାନମନ୍ତ୍ରୀ ଅଭିନନ୍ଦନଙ୍କ ସ୍ବଦେଶ ଗସ୍ତ ପରେ ଟ୍ବିଟ କରି ସ୍ବାଗତ ଜଣାଇବା ଥିବା ବେଳେ ତାଙ୍କ ପାଇଁ ଆଜି ଦେଶ ଗର୍ବିତ ବୋଲି କହିଛନ୍ତି ।

Last Updated : Mar 2, 2019, 7:25 PM IST

For All Latest Updates

ABOUT THE AUTHOR

...view details