ନୂଆଦିଲ୍ଲୀ: ଭାରତରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନକୁ ଭାରତର ସମନ । ଗୁରୁବାର ହୋଇଥିବା ନାଗ୍ରୋଟା ଏନକାଉଣ୍ଟକୁ ନେଇ ସମନ ଜାରି କରାଯାଇଛି । ଏହି ଏନକାଉଣ୍ଟରରେ ଜୈଶ ମହମ୍ମଦ 4 ଆତଙ୍କୀ ନିପାତ ହେବା ସହ ବହୁ ବିସ୍ଫୋରକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ ନ କରିବାକୁ ଦୃଢ ଭାବରେ ପାକିସ୍ତାନ ହାଇକମିଶନର ଅଫତାବ ହାସନଙ୍କୁ କହିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ଜାତୀୟ ସୁରକ୍ଷାକୁ ଆଖି ଆଗରେ ରଖି ଭାରତ ସରକାର ତାର ଯବାନଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନେଇଛି ।
ପାକିସ୍ତାନ ହାଇକମିଶନକୁ ବୈଦେଶିକ ମନ୍ତ୍ରଣାଳୟର ସମନ
ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ ନ କରିବାକୁ ଦୃଢ ଭାବରେ ପାକିସ୍ତାନ ହାଇକମିଶନର ଅଫତବ ହାସନଙ୍କୁ କହିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...
ଏନକାଉଣ୍ଟରର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଓ ଅନ୍ୟାନ୍ୟ ଅଧିକାରୀ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଗତ ଗୁରୁବାର ସକାଳେ ଜାମ୍ମୁର ନାଗ୍ରୋଟା ଅଞ୍ଚଳର ବ୍ୟାନ ଟୋଲ ପ୍ଲାଜା ନିକଟରେ ଚାଲିଥିଲା ଏହି ଏନକାଉଣ୍ଟର । 4 ଆତଙ୍କବାଦୀ ନିପାତ ହୋଇଥିବା ଅଧିକାରୀ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ପାକିସ୍ତାନ ସେନା ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବାରୁ 11 ଜଣଙ୍କ ଜୀବନ ଯାଇଥିଲା । ଯେଉଁଥରେ 6 ଜଣ ସାଧାରଣ ନାଗରିକ ରହିଥିଲେ । 5 ଜଣ ସୁରକ୍ଷା ବଳ ସହିଦ ହୋଇଥିଲେ । ଯାହାକୁ ନେଇ ଭାରତ ଆପତ୍ତି ଉଠାଇବା ସହ ପାକିସ୍ତାନ ହାଇକମିଶନରଙ୍କୁ ସମନ କରିଥିଲେ ।