ଓଡିଶା

odisha

ETV Bharat / bharat

କୋରୋନାରେ ପ୍ରାଣ ହରାଇଥିବା ଏମଏସଡି ଶିକ୍ଷକଙ୍କ ପରିବାରକୁ 1 କୋଟିର ସହାୟତା: ସିଏମ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କୋରୋନା କାରଣରୁ ମୃତ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ସହିତ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପରିବାରକୁ 1 କୋଟି ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ସିଏମ କେଜ୍ରିୱାଲ
ସିଏମ କେଜ୍ରିୱାଲ

By

Published : May 12, 2020, 8:34 PM IST

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ଲଢେଇ ଜାରି ରହିଛି । ଏପରିସ୍ଥଳେ ଅନେକ କ୍ଷେତ୍ରରେ କୋରୋନା ସଂକ୍ରମିତ ହେଉଛନ୍ତି ଆଗଧାଡିର କୋରୋନା ଯୋଦ୍ଧା । ଏପରିସ୍ଥଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କୋରୋନା କାରଣରୁ ମୃତ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ସହିତ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପରିବାରକୁ 1 କୋଟି ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ 4 ମଇରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରୁଥିଲେ ଏହି ମହିଳା ଶିକ୍ଷକ । ପରେ କୋରୋନା ସଂକ୍ରମଣରେ ସେ ପ୍ରାଣ ହରାଇଥିଲେ । ସିଏମ କେଜ୍ରିୱାଲ ଶିକ୍ଷକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସହାୟତା ରାଶି ଘୋଷଣା କରିଛନ୍ତି ।

ଏମଏସଡିରେ ଚୁକ୍ତିଭିତ୍ତିକ ଶିକ୍ଷକ କୋରୋନା ସମୟରେ ଖାଦ୍ୟ ବଣ୍ଟନ ଡ୍ୟୁଟି ପାଇଁ ନିଯୁକ୍ତ ହୋଇଥିଲେ। ସେ ଏପ୍ରିଲ 10, 17 ଏବଂ 18 ତାରିଖରେ ସ ଅସହାୟ ଲୋକଙ୍କ ପାଇଁ ଖାଦ୍ୟ ବଣ୍ଟନ ଡ୍ୟୁଟି କରିଥିଲେ । କିନ୍ତୁ ଏପ୍ରିଲ 24 ରେ ସେ ଡ୍ୟୁଟିରେ ଆସିପାରିନଥିଲେ। ସେ ଅସୁସ୍ଥ ଥିଲେ ବୋଲି କେଜ୍ରିୱାଲ କହିଛନ୍ତି।

ସେ କହିଛନ୍ତି ଯେ ମହିଳାଙ୍କୁ ପ୍ରଥମେ ରୋହିଣୀର ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଏବଂ ପରେ ରାମ ମନୋହର ଲୋହିଆ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେ ମେ ମାସ 1 ତାରିଖରରେ ମୃତ୍ୟୁବରଣ କରିଥିଲେ।

@ IANS

ABOUT THE AUTHOR

...view details