ଓଡିଶା

odisha

ETV Bharat / bharat

କଂଗ୍ରେସକୁ ବଡ ଝଟକା, କୌଣସି ରାଜ୍ୟରେ ହେବନି ମେଣ୍ଟ !

କଂଗ୍ରେସ ନେତୃତ୍ବାଧୀନ ୟୁପିଏକୁ ଶକ୍ତ ଝଟକା ଲାଗିଛି । ବହୁଜନ ସମାଜବାଦୀ ପାର୍ଟି କଂଗ୍ରେସ ସହ କୌଣସି ରାଜ୍ୟରେ ମେଣ୍ଟ କରିବ ନାହିଁ ବୋଲି ଦଳ ସୁପ୍ରିମୋ ମାୟାବତୀ ଆଜି ସ୍ପଷ୍ଟ କରିଛନ୍ତି ।

By

Published : Mar 12, 2019, 10:50 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସରକାର ଗଠନକୁ ନେଇ କସରତ କଲେଣି ବିଭିନ୍ନ ରାଜନୈତିକ ଦଳ । ସମସ୍ତ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ବହୁମତ ବିଜୟ ଲକ୍ଷ୍ୟରେ ୟୁପିଏ ଏବଂ ଏନଡିଏ ବିଭିନ୍ନ ଆଞ୍ଚଳିକ ଦଳସହ ମେଣ୍ଟ ପ୍ରସ୍ତୁତରେ ଲାଗିପଡିଛନ୍ତି । ଇତି ମଧ୍ୟରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏକୁ ଶକ୍ତ ଝଟକା ଲାଗିଛି । ବହୁଜନ ସମାଜବାଦୀ ପାର୍ଟି କଂଗ୍ରେସ ସହ କୌଣସି ରାଜ୍ୟରେ ମେଣ୍ଟ କରିବ ନାହିଁ ବୋଲି ଦଳ ସୁପ୍ରିମୋ ମାୟାବତୀ ଆଜି ସ୍ପଷ୍ଟ କରିଛନ୍ତି ।

ବସପା ଉତ୍ତର ପ୍ରଦେଶରେ କଂଗ୍ରେସ ସହ ମେଣ୍ଟ କରିବନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲା । ତେବେ କେବଳ ୟୁପିରେ ନୁହେଁ ବରଂ କୌଣସି ବି ସ୍ଥାନରେ ବସପା କଂଗ୍ରେସ ସହ ମେଣ୍ଟ କରିବ ନାହିଁ ବୋଲି ଆଜି ଦଳ ସୁପ୍ରିମୋ ଘୋଷଣା କରିଛନ୍ତି । ବିଜେପିକୁ ପରାସ୍ତ କରିବା ପାଇଁ ସପା-ବସପା ମେଣ୍ଟ ଯଥେଷ୍ଟ ବୋଲି ମାୟାବତୀ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରେ ସପା-ବସପା ମଧ୍ୟରେ ମେଣ୍ଟ ହେବା ସହ ଆସନ ବୁଝାମଣା ହୋଇଛି । ସପା ୟୁପିର 37 ଟି ଆସନ ଏବଂ ବସପା 38 ଟି ଆସନରେ ନିର୍ବାଚନ ଲଢିବେ । ତେବେ କଂଗ୍ରେସ ମଧ୍ୟ ଏହି ମେଣ୍ଟର ସାମିଲ ଥିବା ନେଇ ପୂର୍ବରୁ ସପା ଅଧ୍ୟକ୍ଷ ଅଖିଳେଶ ଯାଦବ କହିଥିଲେ ।

ABOUT THE AUTHOR

...view details