ଓଡିଶା

odisha

ETV Bharat / bharat

ପୁଣି ବିଏସପି ସମ୍ଭାଳିବେ ମାୟାବତୀ

ବିଏସପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମାୟାବତୀ ପୁନର୍ବାର ନିର୍ବାଚିତ ହୋଇଛନ୍ତି । ଦଳର ରାଷ୍ଟ୍ରୀୟ ଅଧିବେଶନରେ ସର୍ବସମ୍ମତି ଭାବେ ତାଙ୍କୁ ମନୋନୀତ କରାଯାଇଛି । ଏହା ସହିତ ଆସନ୍ତା ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି ।

ଫଟୋ ସୌଜନ୍ୟ: ଇଚିଭି ଭାରତ ବ୍ୟୁରୋ

By

Published : Aug 28, 2019, 5:26 PM IST

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବସପା)ର ମୁଖ୍ୟ ମାୟାବତୀଙ୍କୁ ପୁନର୍ବାର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି । ଦଳୀୟ କାର୍ଯ୍ୟାଳୟରେ ବୁଧବାର ଆୟୋଜିକ ରାଷ୍ଟ୍ରୀୟ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଆଗକୁ ହେବାକୁ ଥିବା ଉପ ନିର୍ବାଚନ ପାଇଁ ମଧ୍ୟ ବିଭିନ୍ନ ରଣନୀତିକୁ ପ୍ରସ୍ତୁତ କରାଯାଇଛି । ତେବେ ଆଗକୁ ହେବାକୁ ଥିବା ଉପନିର୍ବାଚନରେ 13ଟି ବିଧାନସଭା ପାଇଁ ନିର୍ବାଚନ ହେବ । ଏହି ଉପ ନିର୍ବାଚନ ପାଇଁ 12 ଜଣ ଆଶାୟୀଙ୍କ ନାମ ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ମାୟାବତୀଙ୍କ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ନେଇ ଦଳର କୋର୍ଡ଼ିନେଟର ରାଜୀବ ଗୌତମ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ରାଷ୍ଟ୍ରୀୟ ଅଧିବେଶନରେ ମାୟାବତୀଙ୍କୁ ପୁନର୍ବାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମନୋନୀତ ହେବା ନେଇ ବିଭିନ୍ନ ପର୍ଯ୍ୟାୟରେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ ଆଲୋଚନା ହୋଇଥିଲା । ଚର୍ଚ୍ଚା ପରେ ମାୟାବତୀଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ଏହା ସହିତ ଆଗକୁ ହେବାକୁ ଥିବା ଉପ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମକୁ ମଧ୍ୟ ଘୋଷଣା କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ଆଗକୁ ହେବାକୁ ଥିବା ନିର୍ବାଚନ ପାଇଁ ଦଳ ପକ୍ଷରୁ 12ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ସେମାନେ ହେଉଛନ୍ତି ଜୈଦପୁରରୁ ଅଖିଳେଶ ଅମ୍ବଡେକର, ହମିରପୁର ଆସନ ପାଇଁ ନୌଶାଦ ଅଲ୍ଲୀ, ମାନିକପୁରରୁ ରାଜନାରାୟଣ ନିରାଲା, ବହରାଇଚରୁ ରମେଶ ଗୌତମ, ଘୋଷିରୁ କୟୁମ ଅଁସାରୀ, ଟୁଣ୍ଡଲାରୁ ସୁନୀଲ କୁମାର ଚିତୌଡ଼ଙ୍କୁ ଟିକେଟ ଦିଆଯାଇଛି ।

ସୂଚନା ଯୋଗ୍ୟ ସମାଜବାଦ ପାର୍ଟୀରୁ ଅଲଗା ହେବା ପରେ ଦଳୀୟ ସଂଗଠନକୁ ମଝଭୁତ କରିବା ପାଇଁ ମାୟାବତୀ ଅନେକ ବୈଠକ କରିସାରିଛନ୍ତି । ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ବିଭିନ୍ନ ପ୍ରକାର ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି । ତେବେ ଉପନିର୍ବାଚନ ଲଢିବା ପାଇଁ ଦଳ ପକ୍ଷରୁ ମାୟାବତୀ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ABOUT THE AUTHOR

...view details