ଓଡିଶା

odisha

ETV Bharat / bharat

ମାୟାବତୀଙ୍କୁ ରାଷ୍ଟ୍ରମନ୍ତ୍ରୀ ରାମଦାସଙ୍କ ବିବାହ ପରାମର୍ଶ

କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠୱାଲେ ମାୟାବତୀଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀଙ୍କୁ ନେଇ ବିବାଦୀୟ ବୟାନକୁ ନିନ୍ଦା କରିବା ସହ ପରାମର୍ଶ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ମାୟାବତୀ ପିଏମ୍‌ ମୋଦିଙ୍କ ସ୍ତ୍ରୀଙ୍କ କଥା ଚିନ୍ତା ନ କରି ନିଜେ ବିବାହ କରିନେବା ଆବଶ୍ୟକ ରହିଛି ।

By

Published : May 17, 2019, 1:07 PM IST

Updated : May 17, 2019, 2:47 PM IST

ଡିଜାଇନ ଫଟୋ

ବାରଣାସୀ: ନିର୍ବାଚନ ପ୍ରଚାରରେ ପର୍ସନାଲ ଆଟାକକୁ ଅସ୍ତ୍ର । ଆଭଦ୍ରୋଚିତ ବୟାନ ଠାରୁ ଆରମ୍ଭ କରି ହିଂସାସୃଷ୍ଟି କରୁଥିବା ମନ୍ତବ୍ୟରେ ଏକଦମ୍‌ ଜୋରଦାର ପ୍ରଚାର ଚାଲୁଛି । ଏପରି ସ୍ଥଳେ ଗତ କିଛି ଦିନ ହେଲା ଜାତୀୟ ରାଜନୀତିରେ ମୋଦିଙ୍କ ପତ୍ନୀଙ୍କୁ ନେଇ ଜୋର୍‌ ଧରିଛି ରାଜନୀତି । ଏପରି ସମୟରେ କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠୱାଲେ ମାୟାବତୀଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପତ୍ନୀଙ୍କୁ ନେଇ ବିବାଦୀୟ ବୟାନକୁ ନିନ୍ଦା କରିବା ସହ ପରାମର୍ଶ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ମାୟାବତୀ ପିଏମ୍‌ ମୋଦିଙ୍କ ସ୍ତ୍ରୀଙ୍କ କଥା ଚିନ୍ତା ନ କରି ନିଜେ ବିବାହ କରିନେବା ଆବଶ୍ୟକ ରହିଛି ।


ଉତ୍ତର ପ୍ରଦେଶର ୧୩ଟି ଆସନରୁ ବାରଣାସୀ ଲୋକସଭା ଆସନରେ ପ୍ରାର୍ଥୀ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍‌ଙ୍କ ପ୍ରଚାର ପାଇଁ ହେଭିୱେଟ୍‌ଙ୍କ ସୁଅ ଛୁଟୁଛି ବାରଣାସୀକୁ । ଏହି କ୍ରମରେ ରାମଦାସ ଅଠୱାଲେ ବାରଣାସୀରେ ଏକ ପ୍ରଚାର ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବିବୃତି ଦେଇ ମାୟାବତୀଙ୍କୁ ବିବାହ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ରାମଦାସ ୟୁପି ମହାମେଣ୍ଟ ଓ ଅଖିଳେଶଙ୍କୁ କଡା ନିନ୍ଦା କରିଛନ୍ତି । ଅଖିଳେଶଙ୍କ ଦେଶକୁ ନୂଆ ପ୍ରଧାନମନ୍ତ୍ରୀ ମିଳିବା ମନ୍ତବ୍ୟରେ ରାମଦାସ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ପୁରା ଦେଶ ମୋଦିଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦେଖିବେ ମାତ୍ର ଅଖିଳେଶଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଦେଖା ଯିବନାହିଁ ।

ଏଠାରେ ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ ମାୟାବତୀ କହିଥିଲେ ଯେ ମୋଦିଙ୍କ ନିଜ ପତ୍ନୀକୁ ଛାଡିବା ଆଭିମୁଖ୍ୟ ଦେଖି ବିଜେପି ନେତାଙ୍କ ସ୍ତ୍ରୀମାନେ ଭୟରେ ରହିଛନ୍ତି । କାଳେ ମୋଦିଙ୍କ ଭଳି ତାଙ୍କ ନେତା ମାନେ ନିଜ ସ୍ତ୍ରୀଙ୍କୁ ତ୍ୟାଗ କରିଦେବେ ଏହାର ଚିନ୍ତା ଘାରୁଛି ବିଜେପି ନେତାଙ୍କ ପତ୍ନୀମାନଙ୍କୁ ।

Last Updated : May 17, 2019, 2:47 PM IST

For All Latest Updates

ABOUT THE AUTHOR

...view details