ମୁମ୍ବାଇ: ଭାରତରେ ସବୁଠାରୁ ଅଧିକ କୋରୋନା ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର । ତେବେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତଙ୍କ ବୟସ ସୀମା 31 ରୁ 40 ବର୍ଷ ମଧ୍ୟରେ ବୋଲି ରାଜ୍ୟ ସରକାର ଶନିବାର ସୂଚନା ଦେଇଛନ୍ତି । ରାଜ୍ୟରେ 97,407 କୋଭିଡ -19 ମାମଲାରରୁ ଜଣାପଡିଛି ଯେ 31 ରୁ 40 ବର୍ଷ ମଧ୍ୟରେ 19,523 କିମ୍ବା 20.04% ଲୋକ ଅଛନ୍ତି ଯେଉଁମାନେ ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ରରେ 101,141 ସଂକ୍ରମଣ ରେକର୍ଡ ହୋଇଛି ଏବଂ ଶନିବାର ସକାଳ ପର୍ଯ୍ୟନ୍ତ କୋଭିଡ -19 ଯୋଗୁଁ 3,717 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି ।
ମହାରାଷ୍ଟ୍ରରେ 31-40 ବର୍ଷ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ, 62 ପ୍ରତିଶତ ପୁରୁଷ ସଂକ୍ରମିତ - ମହାରାଷ୍ଟ୍ରର ସରକାର
ମହାରାଷ୍ଟ୍ରର ସରକାରଙ୍କ ତଥ୍ୟାନୁଯାୟୀ, ସର୍ବାଧିକ ଆକ୍ରାନ୍ତଙ୍କ ବୟସ ସୀମା 31 ରୁ 40 ବର୍ଷ ମଧ୍ୟରେ। ରାଜ୍ୟରେ 97,407 କୋଭିଡ -19 ମାମଲାରରୁ ଜଣାପଡିଛି ଯେ 31 ରୁ 40 ବର୍ଷ ମଧ୍ୟରେ 19,523 କିମ୍ବା 20.04% ଲୋକ ଅଛନ୍ତି ।
ମହାରାଷ୍ଟ୍ରରେ 41 ରୁ 50 ବର୍ଷ ବୟସ ମଧ୍ୟରେ 17,573 ଲୋକ ବା 18.04% ଆକ୍ରାନ୍ତ ହୋଇଛନ୍ତି । ଏହି ଭାଇରସ ପାଇଁ ଅସୁରକ୍ଷିତ ମନେ କରୁଥିବା ବୃଦ୍ଧମାନେ, ଯଥା- 61 ରୁ 70 ବର୍ଷ ବୟସ ମଧ୍ୟରେ 9,991 କିମ୍ବା 10.26% ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ତୃତୀୟ ଗୋଷ୍ଠୀ ଅଟନ୍ତି । ଏବଂ, 4,223 କିମ୍ବା 4.34% ଲୋକ 71 ରୁ 80 ବର୍ଷ ମଧ୍ୟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । 10 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ସଂଖ୍ୟା 3,225 କିମ୍ବା 3.31% ଏବଂ 11 ରୁ 20 ବର୍ଷ ମଧ୍ୟରେ ପିଲାମାନଙ୍କ ସଂଖ୍ୟା 6,262 କିମ୍ବା 6.43% ରହିଛି ।
ତେବୋ ମହାରାଷ୍ଟ୍ରରେ କୋଭିଡ -19 ରୋଗୀଙ୍କ ବିଶ୍ଳେଷଣରୁ ଜଣାପଡିଛି ଯେ ସଂକ୍ରମିତ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ଅଧିକ। ଆକ୍ରାନ୍ତ ରୋଗୀଙ୍କ ମଧ୍ୟରେ 38% ମହିଳା ଥିବା ବେଳେ 62% ପୁରୁଷ ରୋଗୀ ଅଛନ୍ତି । ମହାରାଷ୍ଟ୍ରର କୋଭିଡ -19 ମୃତ୍ୟୁ ହାର 3.68% , ଯାହା ଗୁଜୁରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ପରେ ଦେଶରେ ପଞ୍ଚମ ସର୍ବାଧିକ।