ଓଡିଶା

odisha

ETV Bharat / bharat

ବିଶ୍ବ ଦରବାରରେ ମହକିବ ପାହାଡି ଖାଦ୍ୟ

ବିଲୁପ୍ତ ହେବାକୁ ବସିଥିବା ଉତ୍ତରାଖଣ୍ଡର ପାହାଡି ଖାଦ୍ୟକୁ ଦେଶ ଓ ବିଦେଶରେ ପହଞ୍ଚାଇବାକୁ ସେଫ ଆସୋସିଏସନ ଅଫ ଉତ୍ତରାଖଣ୍ଡ ପକ୍ଷରୁ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 7, 2019, 10:49 PM IST

ଡେରାଡୁନ: ଉତ୍ତରାଖଣ୍ଡର ପାହଡି ଶୋଭାରାଜି ବିଷୟରେ କାହାକୁବା ଅଛପା । ସେହିଭଳି ପାହାଡି ଖାଦ୍ୟର ମଧ୍ୟ କିଛି ଅଲଗା ସ୍ବାଦ ରହିଛି । ସ୍ବାଦ ଯୁକ୍ତ ଆଉ ଶରୀରପାଇଁ ସୁସ୍ଥକର ଥିବା ଏହି ଖାଦ୍ୟ ଅନେକଙ୍କ ପାଇଁ ଅଜଣା । କିନ୍ତୁ ଚାଇନିଜ ଆଉ ଫାଷ୍ଟଫୁଡର ଆଧୁନିକତାର ଛାପରେ ଏହି ପାହାଡି ଖାଦ୍ୟ ବିଲୁପ୍ତ ହେବାକୁ ବସିଲାଣି ।

ଯେଉଁଥିପାଇଁ ସେଫ ଆସୋସିଏସନ ଅଫ ଉତ୍ତରାଖଣ୍ଡ ପକ୍ଷରୁ ଏକ ପ୍ରତିଯୋଗୀତାର ଆୟୋଜନ କରାଯାଇଛି । ଯେଉଁଥିରେ ଗଡବାଲୀ ମାଷ୍ଟର ସେଫ ପାହାଡୀ ଖାଦ୍ୟକୁ ବିଶ୍ବ ଦରାବାରରେ ପରିଚିତ କରାଇବେ । ଆସୋସିଏସନ ପକ୍ଷରୁ ରୁଡକୀ ଓ ଋଷିକେଶରେ ମାଷ୍ଟରସେଫ ଡେରାଡୁନର ଅଡିଶନ ଆରମ୍ଭ କରିଛନ୍ତି । ଏହି ନିଃଶୁଳ୍କ ପ୍ରତିଯୋଗୀତାରେ ମହିଳା ମାନେ ଭାଗନେଇ ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥିଲେ । ଏହାପରେ ବିଜୟୀ ମହିଳାଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯିବ । ଉତ୍ତରାଖଣ୍ଡର ପାହାଡି ଖାଦ୍ୟ ସାରା ଦେଶ ଓ ବିଦେଶରେ ପରିଚୟ ଲାଭ କରିବ ।

ଆୟୋଜକ ବିକାଶ କୁଡିୟାଲଙ୍କ କହିବାନୂଯାୟୀ, ପାହାଡି ଖାଦ୍ୟକୁ ଯଦି ବିଶ୍ବସ୍ତରରେ ପରିଚୟ ଦେବାର ଅଛି ତେବେ ସେଫ ମାନଙ୍କୁ ଅତ୍ୟନ୍ତ ପରିଶ୍ରମ କରିବାକୁ ପଡିବ ।

ABOUT THE AUTHOR

...view details