ଓଡିଶା

odisha

ETV Bharat / bharat

ଆନ୍ଧ୍ରପ୍ରଦେଶ ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ପାଟନମର ଆଗନମପୁଡି ସ୍ଥିତ ପାରାମାଉଣ୍ଟ୍ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍, APIIC ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ଭୟାବହ ଅଗ୍ନିକାଣ୍ଡ । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ । ଅଧିକ ପଢନ୍ତୁ...

By

Published : Jan 28, 2021, 8:03 AM IST

ଆନ୍ଧ୍ରପ୍ରଦେଶ ତେଲ ଫାକ୍ଟ୍ରିରେ ଅଗ୍ନିକାଣ୍ଡ
ଆନ୍ଧ୍ରପ୍ରଦେଶ ତେଲ ଫାକ୍ଟ୍ରିରେ ଅଗ୍ନିକାଣ୍ଡ

ହାଇଦ୍ରାବାଦ: ବିଶାଖାପାଟନମର ଆଗନମପୁଡି ସ୍ଥିତ ପାରାମାଉଣ୍ଟ୍ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍, APIIC ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ଭୟାବହ ଅଗ୍ନିକାଣ୍ଡ । ବୁଧବାର ରାତିରେ ତେଲ ଗଚ୍ଛିତ ଥିବା ସ୍ଥାନରେ ନିଆଁ ଲାଗିଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଯୋଗୁଁ ଘନ ଧୂଆଁ ଆଖପାଖ ଅଞ୍ଚଳକୁ ଘେରି ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ।

ସୂଚନାପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଘଟଣା ଘଟିଥିବା ସ୍ଥାନରେ କୌଣସି କର୍ମଚାରୀ ଉପସ୍ଥିତ ନଥିବା ବେଳେ ନିଆଁ ଲାଗିବାର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details