ନୂଆଦିଲ୍ଲୀ: ବାୟୁରେ କୋରୋନା ବ୍ୟାପୁଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁନିଶ୍ଚିତ କରିବା ପରେ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସଆଇଆର) ମହାନିର୍ଦ୍ଦେଶକ ଡ. ଶେଖର ମାଣ୍ଡେ କହିଛନ୍ତି, ମାସ୍କ ପିନ୍ଧିବା ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ ।
ମୋ ମତରେ ରୁମ୍ ସମେତ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ଉଚିତ୍। ତେବେ ଯଦି ଆପଣ ଅଫିସରେ ଅଛନ୍ତି । ଅଫିସ୍ ଭଲ ଭାବରେ ଭେଣ୍ଟିଲାଇଜ ହେବା ଆବଶ୍ୟକ । ଯଦି ଆପଣ ବନ୍ଦ ସ୍ଥାନରେ ଅଛନ୍ତି ଉକ୍ତ ସ୍ଥାନକୁ ଭେଣ୍ଟିଲାଇଜ କରିବା ଆବଶ୍ୟକ । ଏଣୁ ସର୍ବଦା ମାସ୍କ ସହ ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ ବୋଲି ବୋଲି ଡ. ମାଣ୍ଡେ କହିଛନ୍ତି ।