ଓଡିଶା

odisha

ଅତ୍ୟାବଶ୍ୟକ ତାଲିକାରୁ ହଟିଲା ମାସ୍କ ଓ ସାନିଟାଇଜର

ଦେଶରେ କୋରୋନା ସ୍ଥିତି ପ୍ରଚଣ୍ଡ ରୂପ ନେଉଥିବାବେଳେ, ଏପରି ସମୟରେ ସରକାର ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ହଟାଇ ଦେଇଛନ୍ତି । ଯାହାକୁ ନେଇ ଏବେ ପ୍ରଶ୍ନ କରିଛନ୍ତି ବ୍ୟବସାୟୀ ମାନେ । ଅଧିକ ପଢନ୍ତୁ...

By

Published : Jul 8, 2020, 2:29 PM IST

Published : Jul 8, 2020, 2:29 PM IST

ଅତ୍ୟାବଶ୍ୟକ ତାଲିକାରୁ ହଟିଲା ମାସ୍କ ଓ ସାନିଟାଇଜର
ଅତ୍ୟାବଶ୍ୟକ ତାଲିକାରୁ ହଟିଲା ମାସ୍କ ଓ ସାନିଟାଇଜର

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଅନିୟନ୍ତ୍ରିତ ହେଉଥିବାବେଳେ, ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ମାସ୍କ ଏବଂ ସାନିଟାଇଜରକୁ ହଟାଇ ଦିଆଯାଇଛି । ଏପରି ସଙ୍କଟରେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସାନିଟାଇଜର ଏବଂ ମାସ୍କ ତିଆରି କରୁଥିବା କମ୍ପାନୀଗୁଡିକ ଏହା ନକରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି, କିନ୍ତୁ କେନ୍ଦ୍ର ଏହି ଆବେଦନକୁ ଅଣଦେଖା କରିଛି।

ଇଣ୍ଡିଆନ ମେଡିକାଲ ଡିଭାଇସ ଇଣ୍ଡଷ୍ଟ୍ରି (ଏଆଇଏମଇଡି) କନଜୁମର ଆଫେୟାରସ ଡିପାର୍ଟମେଣ୍ଟର ସଚିବଙ୍କୁ ଏକ ଚିଠି ଲେଖି କହିଛି ଯେ, ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ 2-3 ply ମାସ୍କକୁ ଆସନ୍ତା ମାସ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ରଖିବା ଉଚିତ । ତେବେ ସାନିଟାଇଜର ସମ୍ବନ୍ଧରେ ସମୀକ୍ଷା ହେବା ଉଚିତ ।

କିନ୍ତୁ ଏହି ପରାମର୍ଶକୁ ଅଣଦେଖା କରି ଜୁଲାଇ 1ରେ କେନ୍ଦ୍ର ସରକାର ଏକ ନୂତନ ତାଲିକା ପ୍ରକାଶ କରିଛନ୍ତି । ଯେଉଁଥିରେ ସାନିଟାଇଜର ଏବଂ ମାସ୍କ ଅନ୍ତର୍ଭୁକ୍ତ ହୋଇନାହିଁ । ଜୁନ 30ରେ ଏଆଇଏମଇଡି ସରକାରଙ୍କୁ କହିଥିଲେ ଯେ, ଅନଲକ ଆରମ୍ଭ ହେବା ମାତ୍ରେ ଯେମିତି ଲୋକମାନେ ବାହାରକୁ ଆସିବା ଆରମ୍ଭ କଲେ ସେହି ହିସାବରେ ମାସ୍କ ଏବଂ ସାନିଟାଇଜରର ଚାହିଦା ବଢିଗଲା ।

ଏଆଇଏମଇଡିର ଫୋରମ ସଂଯୋଜକ ରାଜୀବ ନାଥ କହିଛନ୍ତି ଯେ, ଆମେ ସେମାନଙ୍କ ମୂଲ୍ୟରେ କ୍ୟାପ ଲଗାଇବା ବିଷୟରେ ମଧ୍ୟ ଆଲୋଚନା କରିଛୁ। କିନ୍ତୁ ବର୍ତ୍ତମାନ ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟାଇ ଦିଆଯାଇଛି । ତେବେ ମାସ୍କ ଏବଂ ସାନିଟାଇଜରର ମୂଲ୍ୟ ବଢିପାରେ । କିନ୍ତୁ ଆଗାମୀ ଏକ ବର୍ଷ ପାଇଁ ମୂଲ୍ୟ 10 ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇପାରିବ ନାହିଁ ।

ତେବେ PWMAIର ମୁଖ୍ୟ ଡା. ସଞ୍ଜୀବ ରେହଲାନଙ୍କ ମୁତାବିକ, ବର୍ତ୍ତମାନ ଦେଶରେ ମାସ୍କ ଏବଂ ସାନିଟାଇଜର ବହୁ ପରିମାଣରେ ବୃଦ୍ଧି ପାଉଛି, ଅତ୍ୟାବଶ୍ୟକ ତାଲିକାରୁ ନାଁ ହଟାଇବା ଦ୍ବାରା କୌଣସି ଅସୁବିଧା ହେବ ନାହିଁ । ଯୋଗାଣ କିମ୍ବା ମୂଲ୍ୟ ଉପରେ ପ୍ରଭାବ ପକାଇବ ନାହିଁ।

କୋରୋନା ସଙ୍କଟ ରେ ଦେଶରେ ମାସ୍କ ଏବଂ ସାନିଟାଇଜରର ଚାହିଦା ବଢିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏଗୁଡିକୁ ମାର୍ଚ୍ଚ ମାସରେ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲେ, ସେତବେଳେ 100 ଏମଏଲ ସାନିଟାଇଜରର ମୂଲ୍ୟ 100ରୁ ଅଧିକ ଟଙ୍କା ନ ନେବା କୁହାଯାଇନଥିଲା।

ABOUT THE AUTHOR

...view details