ହାଇଦ୍ରାବାଦ: କୋରୋନା ଭୂତାଣୁ ଯୋଗୁଁ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି । ଲକଡାଉନ ମାନି ଲୋକେ ଘରେ ରହୁଛନ୍ତି । ସଂକ୍ରମଣ ବ୍ୟାପିବା ଭୟରେ ବାହାରକୁ ବାହାରିବାକୁ ଡରୁଛନ୍ତି । ଅନେକ ରାଷ୍ଟ୍ରରେ ପରିସ୍ଥିତି ଏପରି ହୋଇଛି ଯେ ସଂକ୍ରମଣ ଅଟକାଇବା କଷ୍ଟ ହୋଇପଡିଛି ।
ତେବେ ଏପରି ସମୟରେ ମାସ୍କ, ସାନିଟାଇଜର ଓ ହ୍ୟାଣ୍ଡ ୱାସ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଲଟିଛି । ଲୋକେ ଏହାର ଅଧିକ ବ୍ୟବହାର କରୁଛନ୍ତି । ବିଶେଷ କରି ମାସ୍କ ବହୁତ ଜରୁରୀ ହୋଇପଡିଛି । ଲୋକେ ଘରୁ ବାହାରିବା ମାତ୍ରେ ମାସ୍କର ବ୍ୟବହାର କରୁଛନ୍ତି । ଏବେ ତ କେତେକ ରାଜ୍ୟରେ ଏହା ବାଧ୍ୟତାମୂଳକ ହୋଇଛି । ତେବେ ଏହାର ବ୍ୟବହାର ସମୟରେ ଅନେକ ସମସ୍ୟା ଦେଖାଦେଇଛି । ମୁହଁରେ ବାରମ୍ବାର ଅଧିକ ସମୟ ପିନ୍ଧିବା ଦ୍ବାରା ଏହା ଅନେକ ଦାଗ ସୃଷ୍ଟି କରିଥାଏ । ଝାଳ ମାସ୍କ ଭିତରେ ରହି ମୁହଁ ଖରାପ କରିବାର କାରଣ ପାଲଟିଥାଏ ।