ଓଡିଶା

odisha

ETV Bharat / bharat

ସୋସିଆଲ ମିଡିଆ ଯୋଦ୍ଧାଙ୍କୁ ସୀମାରେ ଯୁଦ୍ଧ କରିବାକୁ ଆହ୍ବାନ - social media

ସୋସିଆଲ ମିଡିଆରେ ଯୁଦ୍ଧ କରୁଥିବା ବ୍ୟକ୍ତିଙ୍କୁ ଭାରତ-ପାକିସ୍ତାନ ସୀମାରେ ଯୁଦ୍ଧ କରିବା ପାଇଁ ଆହ୍ବାନ । ଘର ଭିତରେ ଆରାମରେ ବସି ଯୁଦ୍ଧ କରିବା ପାଇଁ ପ୍ରଳାପ କରୁଥିବା ଲୋକଙ୍କୁ ସୀମାକୁ ଯିବାକୁ କହିଛନ୍ତି ଶହୀଦଙ୍କ ପତ୍ନୀ । ଏହା ସହ ଯଦି ସୀମାକୁ ନଯାଇ ପାରୁଛନ୍ତି ତେବେ ନିଜ ନିଜ ଅଞ୍ଚଳର ବିକାଶ ପାଇଁ କିଛି କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି ସେ । ବାୟୁସେନା ମିଗ-17 ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିବା ଭାରତୀୟ ବାୟୁସେନାର ସ୍କ୍ବାର୍ଡନ ଲିଡର ନିନାଦ ମଣ୍ଡାଭଗାନେଙ୍କ ପତ୍ନୀ ବିଜେତା ଏହି କଥା କହିଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Mar 5, 2019, 9:39 PM IST

ନାସିକ: ସୋସିଆଲ ମିଡିଆରେ ଯୁଦ୍ଧ କରୁଥିବା ବ୍ୟକ୍ତିଙ୍କୁ ଭାରତ-ପାକିସ୍ତାନ ସୀମାରେ ଯୁଦ୍ଧ କରିବା ପାଇଁ ଆହ୍ବାନ । ଘର ଭିତରେ ଆରାମରେ ବସି ଯୁଦ୍ଧ କରିବା ପାଇଁ ପ୍ରଳାପ କରୁଥିବା ଲୋକଙ୍କୁ ସୀମାକୁ ଯିବାକୁ କହିଛନ୍ତି ଶହୀଦଙ୍କ ପତ୍ନୀ । ଏହା ସହ ଯଦି ସୀମାକୁ ନଯାଇ ପାରୁଛନ୍ତି ତେବେ ନିଜ ନିଜ ଅଞ୍ଚଳର ବିକାଶ ପାଇଁ କିଛି କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି ସେ । ବାୟୁସେନା ମିଗ-17 ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିବା ଭାରତୀୟ ବାୟୁସେନାର ସ୍କ୍ବାର୍ଡନ ଲିଡର ନିନାଦ ମଣ୍ଡାଭଗାନେଙ୍କ ପତ୍ନୀ ବିଜେତା ଏହି କଥା କହିଛନ୍ତି ।

ଦେଶର ଜଣେ ଶହୀଦଙ୍କ ପାଇଁ ଶ୍ରଦ୍ଦାଞ୍ଜଳୀ ଦେବାକୁ ହେଲେ ସୋସିଆଲ ମିଡିଆ ନୁହେଁ ବରଂ ନିଜ ଅଞ୍ଚଳକୁ ସଫା ସୁତରା ରଖିବା ସହ ନିଜ ଅଞ୍ଚଳର ଉନ୍ନତି ପାଇଁ କିଛି ଭଲ କାମ କରିବା ପାଇଁ ଶହୀଦଙ୍କ ପତ୍ନୀ ଆହ୍ବାନ ଦେଇଛନ୍ତି । ଏହା ସହ ସେ କହିଛନ୍ତି, ସୋସିଆଲ ମିଡିଆରେ ସ୍ଲୋଗାନ ଦେବା ଅପେକ୍ଷା ଦେଶ ପାଇଁ କିଛି କଲେ ତାହା ଦେଶର ଉନ୍ନତିରେ ସାହଯ୍ୟ କରିବା ସହ ଶହୀଦ ମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ।

ସୂଚନା ଥାଉକି, ଫେବୃଆରୀ 27ରେ ଜମ୍ମୁ ଓ କଶ୍ମୀରର ବଡଗାମରେ ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ହୋଇଥିଲେ ଭାରତୀୟ ବାୟୁସେନାର ସ୍କ୍ବାର୍ଡନ ଲିଡର ନିନାଦ ମଣ୍ଡାଭଗାନେ ।

ABOUT THE AUTHOR

...view details