ଧର୍ମଶାଳା: ବାହାଦୂର ଓ ବୀର ଯବାନ କ୍ୟାପଟେନ୍ ବିକ୍ରମ ବାତ୍ରା ନିଜ ଅଦମ୍ୟ ସାହସ ଯୋଗୁଁ ଭାରତୀୟ ସେନାରେ ପରିଚିତ । କାର୍ଗିଲର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଜିତିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶେଷ ଯବାନ ଭାବେ ପରମଭୀର ଚକ୍ର ପାଇଥିବା ବାତ୍ରା ଏପରି ଜଣେ ଯୋଦ୍ଧା ଥିଲେ ଯାହାଙ୍କ ବିଷୟରେ ଖୋଦ୍ ଭାରତୀୟ ସେନା ମୁଖ୍ୟ କହିଥିଲେ ଯେ ଯଦି ସେ ଜୀବନ୍ତ ଫେରିଥାନ୍ତେ ତେବେ ଭାରତୀୟ ସେନାର ମୁଖ୍ୟ ହୋଇଥାନ୍ତେ ।
ଶେରଶାହା କ୍ୟାପ୍ଚେନ୍ ବିକ୍ରମ ବାତ୍ରା, ନାମ ଶୁଣିଲେ ଥରୁଥିଲେ ଶତ୍ରୁ କ୍ୟାପଟେନ୍ ବାତ୍ରାଙ୍କ ଡାଏରୀ ମଧ୍ୟ ଦେଶପ୍ରେମୀ କବିତାରେ ପରିପୂର୍ଣ୍ଣ ଥିଲା । ତାଙ୍କ ବନ୍ଧୁ ଏବଂ ପରିବାରବର୍ଗଙ୍କୁ ସେ ଏକ ପ୍ରତିଶ୍ରୁତି ଦେଇଥିଲେ, 'ହୁଏତ ମୁଁ ଉଡୁଥିବା ତ୍ରିରଙ୍ଗା ପଛରେ ଆସିବି, କିମ୍ବା ନିଜେ ତ୍ରିରଙ୍ଗାରେ ଗୁଡାଇ ହୋଇ ଆସିବି, କିନ୍ତୁ ମୁଁ ଆସିବି ନିଶ୍ଚିତ । ଜୁନ୍ 19, 1999ରେ କ୍ୟାପଟେନ୍ ବାତ୍ରାଙ୍କ ନେତୃତ୍ୱରେ ଭାରତୀୟ ସେନା ଅନୁପ୍ରବେଶକାରୀଙ୍କଠାରୁ ପଏଣ୍ଟ 5140 ଛଡାଇ ଆଣିଥିଲେ । ଏହା ଏକ ଉଚ୍ଚ ଓ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଥିଲା । ସେଠାରେ ଲୁଚି ରହିଥିବା ପାକିସ୍ତାନୀ ଅନୁପ୍ରବେଶକାରୀମାନେ ଭାରତୀୟ ସେନା ଉପରକୁ ଗୁଳି ଚଳାଉଥିଲେ । ଯଦିଚ ଭାରତୀୟ ସେନା ପାଇଁ ଏହା ଏକ ବଡ ସଫଳତା ଥିଲା, କିନ୍ତୁ ଉତ୍ସାହୀ କ୍ୟାପଟେନ୍ ବାତ୍ରା ଏଠାରେ ଅଟକି ଯାଇନଥିଲେ ।
ଶେରଶାହା କ୍ୟାପ୍ଚେନ୍ ବିକ୍ରମ ବାତ୍ରା, ନାମ ଶୁଣିଲେ ଥରୁଥିଲେ ଶତ୍ରୁ ପଏଣ୍ଟ 5140କୁ ଦଖଲ କରିବାର ଦାୟିତ୍ବ ମିଳିବା ପରେ ସେ ରାତିର ଅନ୍ଧକାରରେ ବିପଦପୂର୍ଣ୍ଣ ଶିଖରକୁ ଚଢି, କେବଳ ଶତ୍ରୁମାନଙ୍କୁ ନିପାତ କଲେ ନାହିଁ, ବରଂ ବେତାରରେ ଦିଲ ମାଙ୍ଗେ ମୋରର ବାର୍ତ୍ତା ଦେଇଥିଲେ । ଏହା ତାଙ୍କ ପାଇଁ ବିଜୟ ସଙ୍କେତ ଥିଲା କିନ୍ତୁ ପରଦିନ ସାରା ଦେଶର ଯୁବପିଢି ପାଇଁ ଯୁବ ଆଥେମ୍ ବନିଯାଇଥିଲା । ଏହି ପଏଣ୍ଟରେ ସଫଳତା ପରେ ବିକ୍ରମ ବାତ୍ରା ପରବର୍ତ୍ତୀ ପଏଣ୍ଟ 4875 ଜିତିବାକୁ ଯାଇଥିଲେ, ଯାହା ସମୁଦ୍ର ପତ୍ତନଠାରୁ 17 ହଜାର ଫୁଟ ଉଚ୍ଚରେ ଥିଲା ଏବଂ 80 ଡିଗ୍ରୀ ଉପରକୁ ଯିବାକୁ ପଡିଥିଲା । ବାତ୍ରା ମଧ୍ୟ ଏହି ପଏଣ୍ଟକୁ ଦଖଲ କରି ଭାରତୀୟ ତ୍ରିରଙ୍ଗାକୁ ଉତ୍ତୋଳନ କରିଥିଲେ ଏବଂ ଏହିଠାରେ ହିଁ ସେ ଶହୀଦ ହୋଇଯାଇଥିଲେ ।ସାଥୀଙ୍କୁ ବଞ୍ଚାଇ ହୋଇଥିଲେ ଶହୀଦଯୁଦ୍ଧ ସମୟରେ ସାଥୀ ଯବାନ ନବୀନଙ୍କ ଗୋଡ ନିକଟରେ ଏକ ବୋମା ବିସ୍ଫୋରଣ ହେବାରୁ ସେ ଗୁରୁତର ଆହତ ହୋଇଥିଲେ । ବାତ୍ରା ତାଙ୍କୁ ତୁରନ୍ତ ସେଠାରୁ ହଟାଇ ଦେଇଥିଲେ, ଯାହା ନବୀନଙ୍କ ଜୀବନ ରକ୍ଷା କରିଥିଲା । ମାତ୍ର ଅଧ ଘଣ୍ଟା ପରେ କ୍ୟାପଟେନ୍ ବାତ୍ରା ଅନ୍ୟ ଜଣେ ଅଧିକାରୀଙ୍କୁ ବଞ୍ଚାଇବା ସମୟରେ ନିଜ ଜୀବନ ହାରିଥିଲେ । 7 ଜୁଲାଇ 1999ରେ ଜଣେ ଆହତ ଅଧିକାରୀଙ୍କୁ ଉଦ୍ଧାର କରିବା ସମୟରେ ସେ ଶହୀଦ ହୋଇଥିଲେ । ଏହି ଅଧିକାରୀଙ୍କୁ ବଞ୍ଚାଇବାବେଳେ ସେ କହିଥିଲେ, ତୁମେ ହଟିଯାଅ, ତୁମର ପତ୍ନୀ ଓ ସନ୍ତାନ ଅଛନ୍ତି । କ୍ୟାପଟେନ୍ ବାତ୍ରାଙ୍କ ସାହସିକତାର କାହାଣୀ କେବଳ ଭାରତରେ ବର୍ଣ୍ଣିତ ନୁହେଁ, ପାକିସ୍ତାନରେ ମଧ୍ୟ ସେ ଲୋକପ୍ରିୟ । ପାକିସ୍ତାନୀ ସେନା ତାଙ୍କୁ ଶେରଶାହା ବୋଲି କହୁଥିଲେ । କାର୍ଗିଲ ଯୁଦ୍ଧ ସମୟରେ ଏହା ତାଙ୍କର କୋଡ୍ ନାମ ଥିଲା । ଆଜି ବି ଶତ୍ରୁଙ୍କ ହୃଦୟରେ ବାତ୍ରାଙ୍କ ଭୟ ରହିଛି । ସେ ସମୟରେ ଶତ୍ରୁ ତାଙ୍କ ନାମ ଶୁଣିଲେ ଥରୁଥିଲେ ।
ଶେରଶାହା କ୍ୟାପ୍ଚେନ୍ ବିକ୍ରମ ବାତ୍ରା, ନାମ ଶୁଣିଲେ ଥରୁଥିଲେ ଶତ୍ରୁ ବିକ୍ରମ 9 ସେପ୍ଟେମ୍ବର 1974ରେ ପାଲାମପୁରର ଘୁଗର ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜିଏଲ୍ ବାତ୍ରା ଏବଂ ମାତାଙ୍କ ନାମ କମଲକାନ୍ତ ବାତ୍ରା ଥିଲା । ଦୁଇ ଝିଅ ପରେ ବାତ୍ରା ଦମ୍ପତିଙ୍କୁ ଯମଜ ପୁଅ ପ୍ରାପ୍ତ ହୋଇଥିଲା । ସେମାନେ ଏକ ପୁଅ ଚାହୁଁଥିବାବେଳେ ଭଗବାନ ତାଙ୍କୁ ଦୁଇ ଗୁଣ ସୁଖ ଦେଇଥିଲେ । ଯାଆଁଳା ପୁତ୍ରଙ୍କୁ ଜନ୍ମ ଦେଇଥିଲେ, ଯାହାକୁ ସମସ୍ତେ ଲଭ କୁଶ କହୁଥିଲେ । ବଡ ଭାଇ ବିକ୍ରମଙ୍କୁ ଲଭ ଏବଂ ସାନ ଭାଇ ବିଶାଲଙ୍କୁ କୁଶ ବୋଲି ସମସ୍ତେ ଡାକୁଥିଲେ । ମାଆ ଜଣେ ଶିକ୍ଷୟତ୍ରୀ ଥିବାରୁ ଘରୁ ସେମାନଙ୍କ ପଢା ଆରମ୍ଭ ହୋଇଥିଲା । ପାଲାମପୁରର ଡିଏଭି ବିଦ୍ୟାଳୟରେ ପଢା ସରିବା ପରେ ଡିଏଭି ଚଣ୍ଡିଗଡରୁ ତାଙ୍କ କଲେଜ ଶିକ୍ଷା ଗ୍ରହଣ ଶେଷ ହୋଇଥିଲା । ତାଙ୍କ ବିଦ୍ୟାଳୟ ଏବଂ କଲେଜ ସହକର୍ମୀ ଓ ଶିକ୍ଷକମାନେ ବାତ୍ରାଙ୍କ ହସ, ସାହସ, ସ୍ନେହପୂର୍ଣ୍ଣ ବ୍ୟବହାର ଆଜି ଯାଏଁ ମନେ ରଖିଛନ୍ତି । ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବେ ପାଲାମପୁର ଆଜି ବିକ୍ରମଙ୍କ ପାଇଁ ପରିଚିତ । ଏଠାରେ ପ୍ରତ୍ୟେକ ବ୍ୟକ୍ତି କ୍ୟାପଟେନ୍ ବାତ୍ରାଙ୍କ ପ୍ରଶଂସକ ଅଟନ୍ତି ।
ଶେରଶାହା କ୍ୟାପ୍ଚେନ୍ ବିକ୍ରମ ବାତ୍ରା, ନାମ ଶୁଣିଲେ ଥରୁଥିଲେ ଶତ୍ରୁ ଶହୀଦ୍ କ୍ୟାପଟେନ୍ ବାତ୍ରାଙ୍କ ପିତା କୁହନ୍ତି ଯେ ଯେତେବେଳେ ଜଣେ ପିତାମାତା ନିଜ ପିଲାଙ୍କୁ ସେନାକୁ ପଠାନ୍ତି, ସେତେବେଳେ ସେମାନେ ଜାଣନ୍ତି ଯେ ସେନାରେ ଯୁଦ୍ଧ ହୋଇପାରେ ଏବଂ ସେମାନଙ୍କ ପୁଅ ଶହୀଦ ହୋଇପାରେ । ସେମାନଙ୍କ ପୁଅ ଜଣେ ଅଧିକାରୀ ହୋଇପାରେ, ସେ ଜଣେ ଜେନେରାଲ ହୋଇପାରେ ଏବଂ ଶହୀଦ ବି ହୋଇପାରେ । ସେ କହିଛନ୍ତି ଯେ ଯେତେବେଳେ କାର୍ଗିଲ ଯୁଦ୍ଧ ସମାପ୍ତ ହେଲା ସେତେବେଳେ ତତ୍କାଳୀନ ସେନା ମୁଖ୍ୟ ବିପିନ ମଲ୍ଲିକ ତାଙ୍କ ଘରକୁ ଆସିଥିଲେ । ଜେନେରାଲ କହିଥିଲେ ଯେ ସେନାରେ ତାଙ୍କ କ୍ୟାରିୟରରେ ସେ ବିକ୍ରମ ବାତ୍ରା ଭଳି ଯବାନ ଦେଖିନାହାନ୍ତି । ଯଦି ବିକ୍ରମ ଯୁଦ୍ଧରୁ ଫେରିଥାନ୍ତେ, ଅବସର ନେବା ବେଳକୁ ସେ ମୋ ଚେୟାରରେ ବସିଥାନ୍ତେ ବୋଲି ଜେନେରାଲ କହିଥିଲେ । ଆହୁରି ମଧ୍ୟ ବିକ୍ରମଙ୍କ ବାପା କହିଛନ୍ତି ଯେ ବାତ୍ରା ପିଲାଦିନରୁ ଜଣେ ଦେଶଭକ୍ତ ଥିଲେ। ଦେଶପ୍ରେମୀ ଏବଂ ବିପ୍ଳବୀଙ୍କ କାହାଣୀ ଶୁଣି ସେ ବଢିଥିଲେ । ସେହି କାହାଣୀଗୁଡିକ ସହିତ ତାଙ୍କଠାରେ ଏକ ଭାବନା ସୃଷ୍ଟି ହୋଇଥିଲା । ପିଲାଦିନରୁ ହିଁ ତାଙ୍କ ଭାଗ୍ୟ ସ୍ଥିର ହୋଇଯାଇଥିଲା ବୋଲି ଜିଏଲ ବାତ୍ରା କହନ୍ତି ।ପଢା ସରିବା ସମୟରେ ବିକ୍ରମ ମର୍ଚ୍ଚାଣ୍ଟ ନୌସେନାରେ ମନୋନୀତ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ମନା କରିଦେଇଥିଲେ । ସେ ସିଡିଏସ ପାଇଁ ପ୍ରସ୍ତୁତ ହୋଇ ଆଇଏମଏରେ ଯୋଗ ଦେଇଥିଲେ । ତାଙ୍କ ପିତା କହିଛନ୍ତି ଯେ ପିଲାଦିନରୁ ତାଙ୍କର ଏକ ଭିନ୍ନ ଏବଂ ଖୁସି ବ୍ୟକ୍ତିତ୍ୱ ଥିଲା । ଅଧ୍ୟୟନ ସମୟରେ ମଧ୍ୟ ସେ ଏନସିସିରେ ଥିଲେ ଏବଂ ସେଠାରେ ଜଣେ ସିନିୟର ଅଣ୍ଡର ଅଫିସର ଥିଲେ । ଏନସିସି ସମୟରେ ସେ ଗଣତନ୍ତ୍ର ଦିବସ ପରେଡରେ ବି ଭାଗ ନେଇଥିଲେ । ସେ କହନ୍ତି, କାର୍ଗିଲ ଯୁଦ୍ଧ ସମୟରେ ମଧ୍ୟ ତାଙ୍କର ସାହସିକତା ସମ୍ପର୍କରେ ଚର୍ଚ୍ଚା ହୋଇଥିଲା । ପଏଣ୍ଟ 5140ରେ ବିଜୟ ପରେ ସେ 4875 ଜିତିବାକୁ ଯାଇଥିଲେ ଯେତେବେଳେ ତାଙ୍କୁ ଜ୍ୱର ମଧ୍ୟ ହୋଇଥିଲା । ସାଥୀ ଅଫିସରମାନେ ଆଗକୁ ଯିବାକୁ ମନା କରୁଥିଲେ ବି ବାତ୍ରା ଶୁଣିନଥିଲେ । ପାକିସ୍ତାନୀ ସେନା ମଧ୍ୟ ବାତ୍ରାଙ୍କୁ ନେଇ ଭୟଭୀତ ଥିଲେ ।ବାତ୍ରାଙ୍କ ପିତା କହିଛନ୍ତି ଯେ କାର୍ଗିଲ ଯୁଦ୍ଧ ସମୟରେ ସେ ବିକ୍ରମଙ୍କ ସହ ଦୁଇ ଥର କଥା ହୋଇଥିଲେ । ଯେତେବେଳେ ସେ ତାଙ୍କର ପ୍ରଥମ ଶିଖର ଜିତିବା ପରେ ସକାଳେ ଫୋନ କରି ଏହି ଖବର ଦେଇଥିଲେ । ସେ କହିଛନ୍ତି ଯେ ଦେଶର ମହାନ ହିରୋଙ୍କ ଜୀବନୀ ବିଷୟରେ ଉଲ୍ଲେଖ କରାଯିବା ଆବଶ୍ୟକ ଯାହା ଦ୍ବାରା ଭବିଷ୍ୟତ ପିଢି ଏହାର ସୂଚନା ପାଇପାରିବେ । ଏଥିରୁ ସେମାନେ ପ୍ରେରଣା ପାଇବେ । ଆମେ ମଧ୍ୟ ସ୍ୱାଧୀନତା ପୂର୍ବରୁ ଅନେକ ମହାନାୟକଙ୍କ ବିଷୟରେ ପଢିଥିଲୁ ଏବଂ ଏହି ହିରୋମାନେ ସ୍ୱାଧୀନତା ପରେ ଶହୀଦ ହୋଇଥିଲେ । ଭବିଷ୍ୟତ ପିଢିଙ୍କ ପାଇଁ ଆମର ସାହସୀ ଯବାନଙ୍କ ବିଷୟରେ ଜାଣିବା ଜରୁରୀ ଅଟେ । ବିକ୍ରମଙ୍କ ମାଆ କହିଛନ୍ତି ଯେ କାର୍ଗିଲ ଜିତିବାର 21 ବର୍ଷ ବିତିଗଲାଣି । ଏହି 21 ବର୍ଷ ଜଣାପଡିନାହିଁ । 26 ଜୁଲାଇ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଏହି ଦିନ ଆମେ ଆମ ପୁଅକୁ ମନେପକାଇଥାଉ ।ସେ କହନ୍ତି ପିଲାଦିନରୁ ମୋର ରାମଚରିତ ମାନସ ଉପରେ ବହୁତ ବିଶ୍ୱାସ ଥିଲା, ତେଣୁ ଯେତେବେଳେ ଦୁଇ ଯାଆଁଳା ପୁଅ ଥିଲେ, ସେମାନଙ୍କୁ ଲଭ-କୁଶ ନାମ ଦିଆଗଲା । ଯେତେବେଳେ ବିକ୍ରମ ଶହୀଦ ହୋଇଥିଲେ, ସେତେବେଳେ ହୃଦୟଙ୍ଗମ ହେଲା ଯେ ଗୋଟିଏ ପୁଅ ଦେଶ ପାଇଁ ଜୀବନ ଦେଇଛି ଏବଂ ଦ୍ୱିତୀୟ ପୁତ୍ର ବିଶାଲ (କୁଶ) ଆମ ପାଇଁ ଭଗବାନଙ୍କ ଦ୍ବାରା ରଖାଯାଇଛି । ସେ କହିଛନ୍ତି ଯେ ଆଜିର ସମୟରେ ଯୁବକମାନେ ସେମାନଙ୍କର ଖରାପ ଅଭ୍ୟାସ ଛାଡି ନିଜ ଦକ୍ଷତା ଉପରେ ସମୟ ବିତାଇବା ଉଚିତ ।