ରାଞ୍ଚି: ଲୋକସଭା ନିର୍ବାଚନ ସମୟରେ ଲାଲବାହିନୀର ଲଙ୍କାକାଣ୍ଡ । ଝାଡଖଣ୍ଡରେ ମାଓ ପ୍ରଭାବିତ ପାଲାମୁ ଜିଲ୍ଲାର ହରିହରଗଞ୍ଜରେ ମାଓବାଦୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତ୍ରୀରେ ମାଓବାଦୀ ବୋମା ମାଡ କରି ବିଜେପି କାର୍ଯ୍ୟାଳୟକୁ ଉଡାଇ ଦେଇଛନ୍ତି । ଏହା ସହ କାର୍ଯ୍ୟଳୟରେ ମାଓବାଦୀ ଏକ ଚିଠି ଛାଡି ଦେଇ ଯାଇଛନ୍ତି । ଯେଉଁଥିରେ ରାଫେଲ ଦୁର୍ନୀତି ଠାରୁ ଆରମ୍ଭ କରି ପଳାତକ ବିଜୟ ମାଲ୍ୟା, ନୀରବ ମୋଦି , ବିମୁଦ୍ରୀକରଣ ଓ ସଂଖ୍ୟା ଲଘୁ ଧାର୍ମିକ ଗୋଷ୍ଠୀଙ୍କ ଉପରେ ଦେଶରେ ବଢୁଥିବା ଆକ୍ରମଣକୁ ବିରୋଧ କରାଯାଇ ସପ୍ତଦଶ ଲୋକସଭା ନିର୍ବାଚନରୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି।
ମାଓବାଦୀଙ୍କ ଲଙ୍କାକାଣ୍ଡ, ବୋମାମାଡ କରି ଉଡାଇଲେ ବିଜେପି କାର୍ଯ୍ୟାଳୟ
ଝାଡଖଣ୍ଡରେ ମାଓ ପ୍ରଭାବିତ ପଲାମୁ ଜିଲ୍ଲାର ହରିହରଗଞ୍ଜରେ ମାଓବାଦୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତ୍ରୀରେ ମାଓବାଦୀ ଶୁକ୍ରବାର ବୋମା ମାଡ କରି ବିଜେପି କାର୍ଯ୍ୟାଳୟକୁ ଉଡାଇ ଦେଇଛନ୍ତି।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ବିଟର
ଛତ୍ରପୁର ଡିଏସପି ଶମ୍ଭୁ କୁମାର ସିଂହ ଏହି ଘଟଣା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ଭାକପା ) ମାଓବାଦୀ ଏହି କାଣ୍ଡ କରିଥିବା ସୂଚନା ଦେଇଛନ୍ତି । ଏହି ଘଟଣାରେ ୧୨ ମାଓବାଦୀ ସାମିଲ୍ ଥିବା ଜଣାପଡିଛି । ବୋମା ବିସ୍ଫୋରଣ, ବ୍ୟାନର ପୋଷ୍ଟର ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ବାତାବରଣ ସୃଷ୍ଟି ହୋଇଛି । ଥାନା ଠାରୁ ମାତ୍ର 400 ମିଟର ଦୂର ରାଜମାର୍ଗ-୯୮ ବସ୍ଷ୍ଟାଣ୍ଡ୍ ନିକଟରେ ବିଜେପି ପକ୍ଷରୁ ଦଳୀୟ ପ୍ରଚାର ପାଇଁ ଏହି ନିର୍ବାଚନୀ କାର୍ଯ୍ୟାଳୟ କିଛି ଦିନ ପୂର୍ବରୁ ଖୋଲାଯାଇଥିବା ଜଣାପଡିଛି।