ଓଡିଶା

odisha

By

Published : Sep 28, 2019, 8:35 PM IST

ETV Bharat / bharat

ଉତ୍ତର ପୂର୍ବ ଭାରତରେ ବର୍ଷା ବିତ୍ପାତ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଉତ୍ତର-ପୂର୍ବ ଭାରତରେ ମୂଷଳ ଧାରାରେ ବର୍ଷା ହେବା ଫଳରେ ସାଧାରଣ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହେଉଛି । ଏହା ସହିତ ଯାତାୟତରେ ମଧ୍ୟ ସମସ୍ୟା ଦେଖାଦେଇଛି । ଅନେକ ସ୍ଥାନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଥିବା ବେଳେ ଅନେକ ଟ୍ରେନକୁ ବିଭିନ୍ନ ଷ୍ଟେସନରେ ଅଟକ ରହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଲକ୍ଷ୍ନୌ: ଉତ୍ତର ପୂର୍ବ ଭାରତରେ ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେବଳ ଜନଜୀବନ ନୁହେଁ, ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା କାରଣରୁ ଉତ୍ତର ପ୍ରଦେଶର ମୁଗଲ ସରାଇ, ଚନ୍ଦୌଲି ଅଞ୍ଚଳ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।

ଉତ୍ତର ପ୍ରଦେଶର ପଣ୍ଡିତ ଦିନଦୟାଲ ଜଙ୍କସନରେ ଏକାଧିକ ଟ୍ରେନ ପଡ଼ିରହିଥିବା ବେଳେ ଅନ୍ୟ କିଛି ଟ୍ରେନ ବିଭିନ୍ନ ସ୍ଥାନରେ ଅଟକି ରହିଛି । ସେହିଭଳି ବିହାରରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯାତାୟତ ଓ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ବିହାରରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ରୁଟ ରିଲେ ଇଣ୍ଟରଲକିଂ ବା ଆରଆରଆଇ ଅଚଳ ହୋଇ ପଡ଼ିଛି ।

ଇଣ୍ଟରଲକିଂ ଅଚଳ ହେବା କାରଣରୁ ବିଭିନ୍ନ ସ୍ଥାନରେ ଟ୍ରେନ ଗୁଡ଼ିକ ପଡ଼ିରହିଛି । ବିହାର ଦେଇ ଅନେକ ଟ୍ରେନ ଚଳାଚଳ କରିପାରୁନାହିଁ । ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଜଣାପଡ଼ିଛି । ସେପଟେ ପ୍ରବଳ ବର୍ଷା କାରଣରୁ ବିହାର ବିଭିନ୍ନ ସ୍ଥାନରେ ରେଳ ଧାରଣା ଉପରେ ପାଣି ଜମି ରହିଛି । ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜଙ୍କସନ(ପିଡିଡିୟୁ) ରେ ପାଟନା ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

ସେହିଭଳି ପିଡିଡିୟୁ ସହିତ ଏକାଧିକ ସ୍ଥାନରେ ମଧ୍ୟ ଟ୍ରେନ ଚଳାଚଳ ବ୍ୟାଘାତ ହୋଇଛି । ସେହିଭଳି ପାଟନା ହେଇ ଯାଉଥିବା ଟ୍ରେନ ଗୁଡ଼ିକର ଗତିପଥରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଝାନ୍ସି-କୋଲକାତା ଏକ୍ସପ୍ରେସ, ବାରଣାସୀ-ସିଆଲଦାହ ଏକ୍ସପ୍ରେସ ଏବଂ ବ୍ରହ୍ମପୁତ୍ର ଏକ୍ସପ୍ରେସର ଗତିପଥରେ ପରିବର୍ତ୍ତନ କରାଯାଇଛି ।

ସେହିଭଳି ଜନଶତାବ୍ଦି ଏବଂ ଜୟନଗର ଗରିବରଥ ଏକ୍ସପ୍ରେସ ପିଡିଡିୟୁ ଜଙ୍କସନରେ ଅଟକି ରହିଛି । ମଗଧ ଏକ୍ସପ୍ରେସ ଜୀବନାଥପୁର ଷ୍ଟେସନରେ ଅଟକି ଥିବା ବେଳେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଅହରୌରା ଷ୍ଟେସନରେ ଅଟକି ରହିଥିବା ଜଣାପଡ଼ିଛି ।

ABOUT THE AUTHOR

...view details