କୋଲକତା: ଥମି ଯାଇଛି ଦିଦିଙ୍କ ଦୃଢୋକ୍ତି, ନରମି ଯାଇଛି ସ୍ବର । କାରଣ ପଶ୍ଟିମବଙ୍ଗରେ ବି ବହିଛି ମୋଦିଙ୍କ ମୃଦ୍ୟୁ ପବନ । ଲୋକସଭା ନିର୍ବାଚନରେ ସାରା ଦେଶରେ ବିଜେପି ବିପୁଳ ବାଜିମାତ୍ କରିଥିବା ବେଳେ ସେଥିରୁ ବାଦ୍ ପଡିନି ମମତାଙ୍କ ଗଡ଼ ପଶ୍ଚିମବଙ୍ଗ । ଲୋକସଭାରେ ବିଜେପିକୁ 18 ଆସନ ଯିବା ପରେ ଏବେ ବିଧାୟକମାନେ ମୋଦିଙ୍କ ସହ ସଂପର୍କରେ ଥିବା ନେଇ କହିଛନ୍ତି ମୁକୁଲ ରାୟ । ଯାହାକୁ ନେଇ ଚିନ୍ତିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଟେନସନରେ ଦିଦି: ଟିଏମସି ଛାଡ଼ୁଛନ୍ତି ବିଧାୟକ - BJP
ପଶ୍ଚିମବଙ୍ଗରେ ଟିଏମସିର ବିପର୍ଯ୍ୟୟ ପରେ ଏବେ ମମତାଙ୍କ ଚିନ୍ତା ବଢାଇଛି ମୋଦିଙ୍କ ମନ୍ତବ୍ଯ । ବିଜେପିରେ 40 ବିଧାାୟକ ମିଶିବାକୁ ମୋଦି କହିଥିବାବେଳେ, ଏହା ମଙ୍ଗଳବାର ସତ୍ୟରେ ପରିଣତ ହେବ ବୋଲି କହିଛନ୍ତି ମୁକୁଲ ରାୟ । ଏପଟେ ଆଜି 3 ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ଯୋଗଦାନ କରିପାରନ୍ତି ।
ନିର୍ବାଚନୀ ସମୟରେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କ ବାରମ୍ବାର ବଙ୍ଗ ଗସ୍ତ ଓ ଅନ୍ୟପଟେ ଟିଏମସି କର୍ମୀଙ୍କ ଦ୍ବାରା ବିରୋଧ, ହିଂସାକାଣ୍ଡ ପାଲଟିଥିଲା ଗଣମାଧ୍ୟମର ଶିରୋନାମା । 42 ଲୋକସଭା ଆସନରୁ ବିଜେପିର ଦୁଇଟି ଥିବା ବେଳେ ଚଳିତ ନିର୍ବାଚନରେ ମିଳିଛି 18 ଆସନ । ସେହିପରି ଟିଏମସିର ସାଂସଦ ସଂଖ୍ୟା 34 ରୁ ଖସିଆସି 23ରେ ପହଞ୍ଚିଛି । ଯାହାକୁ ନେଇ ସମୀକ୍ଷା ଚଳାଇଛନ୍ତି ମମତା । କିନ୍ତୁ ଏପଟେ ଆଜି 3 ଜଣ ବିଧାୟକ ଦଳଛାଡ଼ି ବିଜେପିରେ ମିଶିପାରନ୍ତି ।
ପ୍ରଚାର ସମୟରେ ମୋଦି କହିଥିଲେ ଟିଏସିର 40 ବିଧାୟକ ଏବେ ଆମ ସଂପର୍କରେ ଅଛନ୍ତି । ଆଉ ଏବେ ଟିଏମସିରୁ ବହିଷ୍କୃତ ହୋଇଥିବା ନେତା ମୁକୁଲ ରାୟ କହିଛନ୍ତି ମଙ୍ଗଳବାର ଦିଦିଙ୍କ ଦଳର କିଛି ନେତା ବିଜେପିରେ ସାମିଲ ହୋଇପାରନ୍ତି ।