ଓଡିଶା

odisha

ETV Bharat / bharat

‘ଫେବୃଆରୀରେ ଆସୁଛି 'ଏକ ଥା କେଜ୍ରିୱାଲ'

ଫେବୃଆରୀରେ ଆସୁଛି 'ଏକ ଥା କେଜ୍ରିୱାଲ' ଫିଲ୍ମ । ଏପରି କଟାକ୍ଷ କରିଛନ୍ତି ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ତଥା ଦିଲ୍ଲୀ ଉତ୍ତର-ପୂର୍ବ ଲୋକସଭାରୁ ନବ ନିର୍ବାଚିତ ସାଂସଦ ମନୋଜ ତିୱାରୀ ।  2020 ଫେବୃଆରୀରେ ଏକ ଫିଲ୍ମ ଆସିବ ସେ କହିଛନ୍ତି ।

By

Published : May 28, 2019, 11:39 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସଲମାନ ଖାନ କ୍ୟାଟ୍ରିନା କୈଫ୍ ଅଭିନୀତ ସିନେମା ' ଏକ ଥା ଟାଇଗର ' ବ୍ଲକ ବଷ୍ଟର ହୋଇଥିଲା । ଏବେ 'ଏକ ଥା କେଜ୍ରିୱାଲ'' ଫିଲ୍ମ ଆସିବ ବୋଲି କଟାକ୍ଷ କରି କହିଛନ୍ତି ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ତଥା ଦିଲ୍ଲୀ ଉତ୍ତର-ପୂର୍ବ ଲୋକସଭାରୁ ନବ ନିର୍ବାଚିତ ସାଂସଦ ମନୋଜ ତିୱାରୀ । 2020 ଫେବୃୟାରୀରେ ଏକ ଫିଲ୍ମ ଆସିବ ସେ କହିଛନ୍ତି ।

ମନୋଜ ତିୱାରୀ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଦିଲ୍ଲୀର ଜନତା ଅରବିନ୍ଦ କେଜ୍ରିୱାଲଙ୍କ ସତ୍ୟତାକୁ ବୁଝି ସାରିଲେଣି । ଏହାର ଫଳ ସ୍ବରୁପ ସଦ୍ୟ ସମାପ୍ତ ଲୋକସଭା ନିର୍ବାଚରେ ଆପ୍‌କୁ ଉଚିତ ଶିକ୍ଷା ଦେଇଛନ୍ତି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ତିୱାରୀ କହିଛନ୍ତି, ଦେଶର ରାଜନୀତିରେ 'ନାକାମପନ୍ଥି ରାଜନୀତି'ର ଏକ ଉଦାହରଣ ସୃଷ୍ଟି କରିଛି କେଜ୍ରିୱାଲ । ଏହାସହ ସେ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀବାସୀଙ୍କ ମଙ୍ଗଳ ପାଇଁ କାମ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଲୋକଙ୍କ ପାଇଁ କରୁଥିବା କାମକୁ ଅଟକାଇବାରେ ଯଥାସାଧ୍ୟ ଉଦ୍ୟମ ଜାରି ରଖୁଛନ୍ତି । ଜନତାଙ୍କ ମଙ୍ଗଳ କଣ କରିବେ ଜନତାଙ୍କ କ୍ଷତି କରିବାରେ ବ୍ୟସ୍ତ ସରକାରଙ୍କୁ ଉଚିତ୍‌ ଜବାବ ମିଳିଛି ଓ ଆଗକୁ ମିଳିବ ବୋଲି ସେ କହିଛନ୍ତି ।

ଦିଲ୍ଲୀ ପାଇଁ ଡବଲ ଇଞ୍ଜିନ ପଦ୍ଧତି ଦରକାର ବୋଲି ମନୋଜ ତିୱାରୀ କହିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ଲୋକେ ବିଜେପି ସରକାରକୁ ବାଛିବା ପାଇଁ ସେ ଅପିଲ କରିଛନ୍ତି । ଏହାସହ କହିଛନ୍ତି ଯେ ଦିଲ୍ଲୀର ଜନତା କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ନାରା ଏବେ ଠାରୁ ଲଗାଇବାକୁ ଲାଗିଲେଣି ।

For All Latest Updates

ABOUT THE AUTHOR

...view details