ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ସମସ୍ତ 7ଟି ସିଟରେ ଭାରତୀୟ ଜନତାପାର୍ଟି ଏକ ବିଶାଳ ବିଜୟ ଲାଭ କରିଛି । ଏହି ବିଜୟ ପରେ ରାଜନୈତିକ ଶିଷ୍ଟାଚାର ଦୃଷ୍ଟିରୁ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ କଗ୍ରେଂସ ଅଧକ୍ଷ ଶିଲା ଦିକ୍ଷୀତଙ୍କୁ ଆର୍ଶୀବାଦ ପାଇଁ ପହଞ୍ଚିଥିଲେ ।
ଶିଲା ଦୀକ୍ଷିତଙ୍କ ସହ ସାକ୍ଷାତକାର ପରେ ମନୋଜ ତିୱାରୀ କହିଥିଲେ ମୁଁ ଶିଲା ଦିକ୍ଷୀତଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଜାଣିବା ପାଇଁ ଯାଇଥିଲି । ସେ କହିଥିଲେ, ଶୀଲା ଦିକ୍ଷୀତ ମୋର ରାଜନୈତିକ ପ୍ରତିଦ୍ବନ୍ଦୀ । ମୋ ବ୍ୟକ୍ତିଗତ ଜୀବନରେ ଏହାର କୌଣସି ସମ୍ପର୍କ ନାହିଁ । ଏହାଛଡା ସେ ଜଣେ ବିଜ୍ଞ ଲୋକ । ତାଙ୍କର ଆର୍ଶୀବାଦ ନେବା ଆବଶ୍ୟକ ଅଟେ ।