ଓଡିଶା

odisha

ETV Bharat / bharat

ଡାଲି ଘୋଟାଲା ନେଇ କେଜରିଓ୍ବାଲଙ୍କୁ ଟାର୍ଗେଟ କଲେ ମନୋଜ ତିଓ୍ବାରୀ - Arvind Kejriwal

ଲକଡାଉନ ସମୟରେ ଗରିବଙ୍କୁ ଦେବାପାଇଁ କେନ୍ଦ୍ରରୁ 7 ହଜାର 250 ମେଟ୍ରିକ ଟନ ଡାଲି ଦିଲ୍ଲୀ ସରକାର ନେଇଛନ୍ତି ହେଲେ ସେସବୁକୁ ଗରିବଙ୍କ ମଧ୍ୟରେ ବାଣ୍ଟୁ ନଥିବା ଅଭିଯୋଗ ଆଣିଛନ୍ତି ବିଜେପି ଲୋକଭା ସାଂସଦ ମନୋ ତିଓ୍ବାରୀ । ଅଧିକ ପଢନ୍ତୁ...

ଡାଲି ଘୋଟାଲା ନେଇ କେଜରିଓ୍ବାଲଙ୍କୁ ଟାର୍ଗେଟ କଲେ ମନୋଜ ତିଓ୍ବାରୀ
ଡାଲି ଘୋଟାଲା ନେଇ କେଜରିଓ୍ବାଲଙ୍କୁ ଟାର୍ଗେଟ କଲେ ମନୋଜ ତିଓ୍ବାରୀ

By

Published : May 18, 2020, 12:22 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟରେ ବହୁ ସଂଖ୍ୟକ ଲୋକଙ୍କ ଖାଇବା ପିଇବାରେ ସମସ୍ୟା ଦେଖାଦେଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ଗରିବ ଲୋକଙ୍କୁ ଶସ୍ତା ମୂଲ୍ୟରେ ରାସନ ସାମଗ୍ରୀ ଯୋଗାଇବାକୁ ଚେଷ୍ଟା କରୁଛନ୍ତି । ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ରାସନ ଦିଆଯିବା ଉଚିତ ବୋଲି କେନ୍ଦ୍ର ସରକାର କହିଛନ୍ତି । କିନ୍ତୁ ଇତି ମଧ୍ୟରେ ଦିଲ୍ଲୀ ବିଜେପିର ରାଜ୍ୟ ସଭାପତି ତଥା ଉତ୍ତର ପୂର୍ବ ଦିଲ୍ଲୀ ଲୋକସଭା ଆସନର ସାଂସଦ ମନୋଜ ତିୱାରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଡାଲି ଘୋଟାଲ ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି ।

ମନୋଜ ତିୱାରୀ ରବିବାର ଏକ ଭିଡିଓ ମାଧ୍ୟମରେ ଅରବିନ୍ଦ କେଜ୍ରିୱାଲଙ୍କୁ ଟ୍ୱିଟରରେ ଆରୋପ ଲାଗାଇ କହିଛନ୍ତି, ''ଯେଉଁମାନଙ୍କ ପାଖରେ ରାସନ କାର୍ଡ ଅଛି କିମ୍ବା ଏହି ଲକଡାଉନରେ ରାସନ କାର୍ଡ ନାହିଁ ସେମାନଙ୍କ ପାଇଁ ମୋଦି ସରକାର ଗହମ, ଚାଉଳ ଏବଂ ଡାଲି ମାଗଣାରେ ଦେଉଛନ୍ତି। ମତେ ଏହା କହିବାକୁ ଦୁଃଖ ଲାଗୁଛି ଯେ, ଦିଲ୍ଲୀରେ ଡାଲି ଉପଲବ୍ଧ ନାହିଁ ଏବଂ ସେଠାରେ ଶ୍ରମିକମାନେ ପଳାୟନ କରୁଛନ୍ତି । ସେମାନେ ଗୋଟିଏ କଥା କହୁଛନ୍ତି ଆମେ କିପରି ଖାଇବୁ । ଆପଣଙ୍କୁ ସୂଚନା ଦେବାନେଇ ଏହା ଦୁଃଖ ହେଉଛି ଯେ, ଦିଲ୍ଲୀ ସରକାର ମେ 17ରେ 5 ଦିନ ପୂର୍ବରୁ 7 ହଜାର 250 ମେଟ୍ରିକ ଟନ୍ ଡାଲି ନେଇଛନ୍ତି । କିନ୍ତୁ ଡାଲି ଏପର୍ଯ୍ୟନ୍ତ ବଣ୍ଟନ ହୋଇନାହିଁ । ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ଡାଲି ଘୋଟାଲା କରାଯାଇଛି କି ? କିମ୍ବା ଏହି ଡାଲି ଜାଣିଶୁଣି କୌଣସି ସ୍ଥାନରେ ରଖାଯାଇଛି କି ? ମୁଁ ଅରବିନ୍ଦ କେଜ୍ରିୱାଲଙ୍କୁ କହିବାକୁ ଚାହେଁ ଯେ ଆପଣ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ସେହି ଡାଲିକୁ ଲୋକଙ୍କ ଭିତରେ ବଣ୍ଟନ କରନ୍ତୁ । ଯାହା ଏକ ଗରିବ ଲୋକର ଭୋକର ଜ୍ବାଳାକୁ ବୁଝାଇବାରେ ମାଧ୍ୟମ ହେବ'' ।

ମନୋଜ ତିୱାରୀଙ୍କ ଦ୍ବାରା ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ହୋଇଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର ଏଟେ । କାରଣ ବହୁ ସଂଖ୍ୟକ ଶ୍ରମିକ ଦିଲ୍ଲୀରୁ ସ୍ଥାନାନ୍ତର ହୋଇସାରିଛନ୍ତି ଏବଂ ଏହା ବର୍ତ୍ତମାନ ମଧ୍ୟ ଜାରି ରହିଛି । ତେବେ ଆମ ଆଦମୀ ପାର୍ଟି, ଦିଲ୍ଲୀ ସରକାର ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମନୋଜ ତିୱାରୀଙ୍କ ଏହି ଅଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ।

ABOUT THE AUTHOR

...view details