ଓଡିଶା

odisha

ETV Bharat / bharat

ମନୋହରଙ୍କ ବିବାଦୀୟ ମନ୍ତବ୍ୟ, ‘ମଙ୍ଗଳ ପାଣ୍ଡେଙ୍କ ଯୋଗୁଁ ଦେଶ ବିଳମ୍ବରେ ହେଲା ସ୍ବାଧୀନ’

ବୋଲ ମାନୁନି ମନୋହରଙ୍କ ତୁଣ୍ଡ । ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ । କାଶ୍ମୀର ମହିଳାଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଥିଲେ ମନୋହର । ଏବେ ସ୍ବାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେ ଙ୍କ ଉପରେ ବୟାନ ଦେଇ ପୁଣି ବିବାଦରେ ।

By

Published : Aug 11, 2019, 12:55 AM IST

ଫାଇଲ ଫଟୋ

ଚଣ୍ଡିଗଡ: କାଶ୍ମୀର ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନରେ ପୂର୍ଣ୍ଣଛେଦ ପଡ଼ିନଥିବା ବେଳେ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ସ୍ବାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କୁ ନେଇ ମନୋହର ଦେଇଛନ୍ତି ବିସ୍ଫୋରକ ମନ୍ତବ୍ୟ । ମଙ୍ଗଳ ପାଣ୍ଡେଙ୍କ ଭୁଲ ଯୋଗୁଁ ଭାରତକୁ ସ୍ବାଧୀନ ହେବାକୁ ଦୀର୍ଘ ସମୟ ଲାଗିଥିଲା ବୋଲି ସେ କହିଛନ୍ତି ।

ଭିଡ଼ିଓ ସୌଜନ୍ଯ: ଇଟିଭି ଭାରତ

ଚରଖି ଦାଦରିରେ ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଖଟ୍ଟର କହିଛନ୍ତି, ମଙ୍ଗଳ ପାଣ୍ଡେଙ୍କ ଭୁଲ ଯୋଗୁଁ ଭାରତକୁ 90 ବର୍ଷପରେ ସ୍ବାଧୀନତା ମିଳିଥିଲା ।

ତେବେ ତାଙ୍କର ଏହି ବୟାନର ଭିଡିଓକୁ ଆମଆଦମି ପାର୍ଟି ନେତା ନବୀନ ଜୟହିନ୍ଦ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଖଟ୍ଟର ଫତେହବାଦ୍‌ରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଏବେ କଶ୍ମୀରରୁ ବୋହୂ ଆଣିବା ସହଜ ହେବ। ପୂର୍ବରୁ ବିହାରରୁ ବୋହୂ ଆଣିବା ପାଇଁ କୁହାଯାଉଥିଲା । କିନ୍ତୁ ଏବେ ସଭିଏଁ ସହଜରେ କଶ୍ମୀରରୁ ବୋହୂ ଆଣିପାରିବେ । ଯାହାକୁ ନେଇ ଉପୁଜିଛି ବିବାଦ ।

ABOUT THE AUTHOR

...view details