ନୂଆଦିଲ୍ଲୀ: ମନୀଷ ସିସୋଦିଆ ସମ୍ଭାଳିବେ ସ୍ବାସ୍ଥ୍ୟ ବିଭାଗ । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନୁପସ୍ଥିତିରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇବେ ।
ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବ ସମ୍ଭାଳିବେ ମନୀଷ ସିସୋଦିଆ - ମନିଷ ସିସୋଦିଆ
ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନୁପସ୍ଥିତିରେ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇବେ ।
ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବ ସମ୍ଭାଳିବେ ମନୀଷ ସିସୋଦିଆ
ସୂଚନା ଅନୁଯାୟୀ, ଗତ ଜୁନ 15ରେ ଶ୍ରୀ ଜୈନ ଜ୍ବର ଏବଂ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରିବା ପରେ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ମେଡିକାଲରେ କୋରୋନା ପରୀକ୍ଷା କରିଥିଲେ । ପ୍ରଥମେ ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା । ମାତ୍ର ଗତ ବୁଧବାର ସତ୍ୟେନ୍ଦ୍ର ଜୈନଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି ।
ଏହାପରେ ତାଙ୍କ ବିଭାଗ ଦାୟିତ୍ବ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ତୁଲାଇବା ପାଇଁ ନିଷ୍ପତ୍ତି ହୋଇଛି ।