ଓଡିଶା

odisha

ମଣିପୁର ରାଜନୈତିକ ସଙ୍କଟ: ଅମିତ୍‌ ଶାହଙ୍କୁ ଭେଟିଲେ ଏନପିପି ନେତା

By

Published : Jun 25, 2020, 7:07 AM IST

ମଣିପୁରରେ ଲାଗି ରହିଥିବା ରାଜନୈତିକ ସଙ୍କଟକୁ ସୁଧାରିବା ପାଇଁ ବିଜେପି ଓ ଏନପିପିର ପ୍ରୟାସ । କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କୁ ଭେଟିଲେ ମେଘାଳୟ ମୁଖ୍ୟମନ୍ତ୍ରୀ ତଥା ଏନପିପି ମୁଖ୍ୟ କରନଡ ସାଙ୍ଗମା ଓ ମଣିପୁର ଉପ ମୁଖ୍ୟମନ୍ତ୍ରୀ ୟାଇ ଜୟ କୁମାର ସିଂହ ।

ମଣିପୁର ରାଜନୈତିକ ସଙ୍କଟ; ଅମିତ୍‌ ଶାହଙ୍କୁ ଭେଟିଲେ ଏନପିପି ନେତା
ମଣିପୁର ରାଜନୈତିକ ସଙ୍କଟ; ଅମିତ୍‌ ଶାହଙ୍କୁ ଭେଟିଲେ ଏନପିପି ନେତା

ନୂଆଦିଲ୍ଲୀ: ମଣିପୁରରେ ଲାଗି ରହିଥିବା ରାଜନୈତିକ ସଙ୍କଟକୁ ସୁଧାରିବା ପାଇଁ ବିଜେପି ଓ ଏନପିପିର ପ୍ରୟାସ । କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କୁ ଭେଟିଲେ ମେଘାଳୟ ମୁଖ୍ୟମନ୍ତ୍ରୀ ତଥା ଏନପିପି ମୁଖ୍ୟ କରନଡ ସାଙ୍ଗମା ଓ ମଣିପୁର ଉପ ମୁଖ୍ୟମନ୍ତ୍ରୀ ୟାଇ ଜୟ କୁମାର ସିଂହ । ଏନେଇ ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସୂଚନା ଦେଇଛନ୍ତି ।

ଆସାମ ଅର୍ଥମନ୍ତ୍ରୀ ଏନେଇ ଟ୍ବିଟ୍‌ କରି କହିଛନ୍ତି,‘ମେଘାଳୟ ମୁଖ୍ୟମନ୍ତ୍ରୀ କରନଡ ସାଙ୍ଗମା ଓ ମଣିପୁର ଉପ ମୁଖ୍ୟମନ୍ତ୍ରୀ ୟାଇ ଜୟ କୁମାର ସିଂହ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଛନ୍ତି । ମଣିପୁରର ବିକାଶ ପାଇଁ ଉଭୟ ବିଜେପି ଓ ଏନପିପି ଏକାଠୀ ହୋଇ କାମ କରିଚାଲିବେ ।’

ସେହିପରି ଏନପିପି ମୁଖ୍ୟ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଏହାସହ ମଣିପୁରରେ ଏନପିପି ବିଜେପିକୁ ସମର୍ଥନ କରିବ ବୋଲି ସେ ଜଣାଇଛନ୍ତି ।

ସୂଚନାଥାଉକି, ମଙ୍ଗଳବାର ଏନପିପି ମୁଖ୍ୟ କରନଡ ସାଙ୍ଗମା ଓ ଆସାମ ଅର୍ଥମନ୍ତ୍ରୀ ମଣିପୁର ଯାଇ ସେଠାକାର ପରିସ୍ଥିତି ଲକ୍ଷ୍ୟ କରିଥିଲେ । ସେଠାରେ ବିଜେପି ଓ ଏନପିପି ବିଧାୟକଙ୍କ ସହ ଆଲୋଚନା କରିଥିଲେ । ଉଭୟ ଏକାଠୀ ଓ ଅଲଗା ଅଲଗା ସମସ୍ତ ବିଧାୟକଙ୍କୁ ଭେଟି ପରିସ୍ଥିତି ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । ପରେ 4 ଏନପିପି ବିଧାୟକଙ୍କୁ ଧରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ ।

ତେବେ ମଣିପୁରରେ ବିଜେପିର ନେତୃତ୍ବାଧୀନ ଏନଡିଏ ସରକାର ଚାଲିଥିବାବେଳେ ଏଥିରେ ଅସନ୍ତୁଷ୍ଟ ହୋଇ କିଛି ଦିନ ତଳେ 3 ବିଜେପି ବିଧାୟକ ଦଳ ଛାଡି କଂଗ୍ରେସରେ ମିଶିଥିଲେ । ସେହିପରି ଏନପିପିର 4 ବିଧାୟକ ମଧ୍ୟ ସରକାରରୁ ନିଜ ସମର୍ଥନ ପ୍ରତ୍ୟାହାର କରିନେଇଥିବା କହିଥିଲେ ।

ଯେଉଁଥିଲାଗି କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ସହ ନିଜେ ସରକାର ଗଠନ କରିବ ବୋଲି ଆଶା ବାନ୍ଧିଛି ।

@ANI

ABOUT THE AUTHOR

...view details