ଇମ୍ପାଲ: ମଣିପୁର ସାମାଜିକ କଲ୍ୟାଣ ମନ୍ତ୍ରୀ ନିମଚା କେପିଗେନ କୋରୋନା ପଜିଟିଭ । ଏନେଇ ମଙ୍ଗଳବାର ମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ ନିଜର ଫେସବୁକ ଓ ଟ୍ବିଟରରେ କୋରୋନା ସଂକ୍ରମିତ ହୋଇଥିବା ଜଣାଇଛନ୍ତି ।
ନିମଚା ଫେସବୁକରେ ଲେଖିଥିଲେ, କୋରୋନା ଲକ୍ଷଣ ଦେଖାଦେବା ପରେ ମୁଁ ଟେଷ୍ଟ କରାଇଥିଲି ।ଏହାର ରିପୋର୍ଟ ପଜିଟିଭ ଆସିଛି । ତେଣୁ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି, ସେମାନେ ତୁରନ୍ତ ହୋମକ୍ବାରେଣ୍ଟାଇନ ରହିବା ସହ କୋଭିଡ ଟେଷ୍ଟ କରାନ୍ତୁ ।