ଓଡିଶା

odisha

ETV Bharat / bharat

ଲା-ବାଇକର ଉଦଘାଟନ କଲେ ମଣିପୁର ମୁଖ୍ୟମନ୍ତ୍ରୀ

ଏବେ ଦୁଆର ମୁହଁରେ ଆପଣ ପାଇବେ ସେବା । ଲା-ବାଇକ ମୋବାଇଲ ଆପ ସାହାଯ୍ୟରେ ଆପଣଙ୍କ ଘରେ ପହଞ୍ଚିବ ଡାକ୍ତରୀ ସେବା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Feb 28, 2019, 9:35 PM IST

ଇମ୍ଫାଲ: ଏବେ ଦୁଆର ମୁହଁରେ ଆପଣ ପାଇବେ ସେବା । ଲା-ବାଇକ ମୋବାଇଲ ଆପ ସାହାଯ୍ୟରେ ଆପଣଙ୍କ ଘରେ ପହଞ୍ଚିବ ଡାକ୍ତରୀ ସେବା । ଏହି ମୋବାଇଲ ଲାବରୋଟରୀର ଶୁଭ ଉଦଘାଟନ କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂ ।

ଜବାହାରଲାଲ ନେହରୁ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଅଡିଟୋରିଅମର ଏହି ବାଇକର ଉଦଘାଟନ କରାଯାଇଛି । ଦେଶର ଅନେକ ରାଜ୍ୟର ଏହି ମୋବାଇଲ ଲାବରୋଟରୀ ଆରମ୍ଭ ହୋଇସାରିଛି । ବର୍ତ୍ତମାନ ମଣିପୁରରେ ଏହାର ଆରମ୍ଭ ହୋଇଛି ।

ଏହି ଲାବରଟୋରୀ ପାହାଡିଆ ଓ ଭ୍ୟାଲି ଅଞ୍ଚଳର 85ଟି ଭାଗରୁ ଆରମ୍ଭ ହେବ । ବର୍ତ୍ତମାନ 20ଟି ହେଲଥକେୟାର ସେଣ୍ଟରରୁ 20ଟି ଲା- ବାଇକ ଆରମ୍ଭ ହୋଇଗଲାଣି ।

କେବଳ ଏତିକି ନୁହେଁ ଜେଏନଆଇଏମଏସ ହସ୍ପିଟାଲରେ ମହିଳା ଓ ପୁରୁଷଙ୍କ ପାଇଁ ହଷ୍ଟେଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟରେ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଯୋଜନା କରାଯାଉଛି । ମଣିପୁରର ପାହାଡିଆ ଅଞ୍ଚଳବାସୀଙ୍କ ପାଇଁ ଏହି ମୋବାଇଲ ଲାବରୋଟରୀ ଖୁବ ଲାଭ ଦାୟକ ହେବ ।

ABOUT THE AUTHOR

...view details