ଓଡିଶା

odisha

ETV Bharat / bharat

ରାଜ୍ୟକୁ ଫେରୁଥିବା ଲୋକେ ପ୍ରୋଟକଲ ଉଲ୍ଲଂଙ୍ଘନ କଲେ ଯିବେ ଜେଲ: ମଣିପୁର ସିଏମ - manipur news

ମଣିପୁର ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଯେଉଁମାନେ ବିଦେଶରୁ ତଥା ଦେଶର ଅନ୍ୟ ରାଜ୍ୟରୁ ଫେରୁଛନ୍ତି ସେମାନେ ପ୍ରଥମେ ଆଇସୋଲେସନ ଓ୍ବାର୍ଡରେ ରହିବେ । ଅଧିକ ପଢନ୍ତୁ...

ରାଜ୍ୟକୁ ଫେରୁଥିବା ଲୋକେ ପ୍ରୋଟକଲ ଉଲ୍ଲଂଙ୍ଘନ କଲେ ଯିବେ ଜେଲ: ମଣିପୁର ସିଏମ
ରାଜ୍ୟକୁ ଫେରୁଥିବା ଲୋକେ ପ୍ରୋଟକଲ ଉଲ୍ଲଂଙ୍ଘନ କଲେ ଯିବେ ଜେଲ: ମଣିପୁର ସିଏମ

By

Published : May 23, 2020, 4:24 PM IST

ଇମ୍ପାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କହିଛନ୍ତି ଯେ, ବିଭିନ୍ନ ରାଜ୍ୟ ତଥା ବିଦେଶରୁ ରାଜ୍ୟକୁ ଫେରୁଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ପଡିବ । ଯେଉଁମାନେ ତାହା ନକରନ୍ତି ସେମାନଙ୍କୁ ଗିରଫ କରାଯାଇ ଜେଲ ପଠାଯିବ। ସେମାନଙ୍କୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ, 2005 ଅନୁଯାୟୀ ଦଣ୍ଡିତ କରାଯିବ।

ସେ କହିଛନ୍ତି ଯେ ଯେଉଁମାନେ ବିଦେଶରୁ ତଥା ଦେଶର ଅନ୍ୟ ରାଜ୍ୟରୁ ଫେରୁଛନ୍ତି, ସେମାନଙ୍କର ରିପୋର୍ଟ ଯଦି ନେଗେଟିଭ ଆସେ, ସେମାନଙ୍କୁ ସେମାନଙ୍କ ଘରେ ରହିବାକୁ ଅନୁମତି ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଆମର ପ୍ରାଥମିକତା ଏହି ଭାଇରସ ଯେପରି ସାମ୍ପ୍ରଦାୟିକ ସ୍ତରରେ ନ ବ୍ୟାପେ । ତେବେ ଯେଉଁମାନଙ୍କ ପାଇଁ ଘରେ ଆଇସୋଲେସନରେ ରହିବା ସକ୍ଷମ ନୁହଁ, ସେମାନଙ୍କୁ ଆଇସୋଲେସନ କେନ୍ଦ୍ରରେ ରଖାଯିବ ।

ବର୍ତ୍ତମାନ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଭୟଭୀତ ନେହେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 24 ରହିଛି । ସେ କହିଛନ୍ତି ଯେ ସରକାରୀ ଆରଆଇଏମଏସ ଏବଂ ଜେଏନଆଇଏମଏସ ଡାକ୍ତରଖାନାର ଲାବରୋଟୋରୀରେ ପ୍ରତିଦିନ 200 ରୁ 300 ନମୁନା ପରୀକ୍ଷା କରାଯାଉଛି ଏବଂ ପ୍ରତିଦିନ 700 ରୁ 800 ନମୁନା ସଂଗ୍ରହ କରାଯାଉଛି।

ABOUT THE AUTHOR

...view details