ମାଙ୍ଗାଲୁରୁ: ଆଗକୁ ଗଣେଶ ଚତୁର୍ଥୀ । ଏହି ଅବସରରେ ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି ମାଙ୍ଗାଲୁରୁର ନୀତିନ ଭାଜ । ନୀତିନ ବିଷାକ୍ତ ପଦାର୍ଥ ଓ ରଙ୍ଗ ବ୍ୟବହାର ନ କରି କେବଳ ପ୍ରାକୃତିକ ଉପାଦାନରେ ଗଣେଶଙ୍କ ମୂର୍ତ୍ତି ତିଆରି କରିଛନ୍ତି ।
ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ ନୀତିନ ତିଆରି କରିଥିବା ଗଣେଶ ମୂର୍ତ୍ତି କାଗଜ ମଣ୍ଡ, ପରିବା, ଫଳ, ଗଛର ଅଂଶରୁ ତିଆରି ଯାହା ସହଜରେ ପାଣିରେ ମିଳାଇଯିବ । ଏଥିରେ ବ୍ୟବହୃତ ପରିବା ଓ ଫଳ ମଞ୍ଜି ପରବର୍ତ୍ତୀ ସମୟରେ ଗଛରେ ପରିଣତ ହୋଇପାରିବ ବୋଲି ନୀତିନ ପ୍ରକାଶ କରିଛନ୍ତି । ଏଥିରେ କୌଣସି ବିଷାକ୍ତ ପଦାର୍ଥର ପ୍ରୟୋଗ କରାଯାଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି ।
ଚଳିତ ବର୍ଷ ସେ 40ଟି ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତୀ ନିର୍ମାଣ କରିଛନ୍ତି । ଏହି ମୂର୍ତ୍ତୀର ଚାହିଦା ବର୍ତ୍ତମାନ ବହୁତ କମ ରହିଛି । ତେଣୁ ଆସନ୍ତା ବର୍ଷ ଏହାର ଚାହିଦା ବଢିବାର ଆଶା ରଖିଛନ୍ତି ନୀତିନ । ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି ସହିତ ସାଜସଜ୍ଜାରେ ମଞ୍ଜି ସହିତ କାଗଜ, କଲମ ଓ ପେନସିଲ ବ୍ୟବହୃତ ହୋଇଛି । ବ୍ୟବହୃତ ହେବାପରେ ମଞ୍ଜିରୁ ଗଛ ସୃଷ୍ଟି କରାଯାଇପାରିବ ବୋଲି ସହଯୋଗୀ ରୀନା ପ୍ରକାଶ କରିଛନ୍ତି ।
ଗଣେଶ ଚତୁର୍ଥୀ ହିନ୍ଦୁମାନଙ୍କର ଏକ ପ୍ରସିଦ୍ଧ ପର୍ବ । ଯେଉଁଥିରେ ସାଧାରଣତଃ ମାଟିମୂର୍ତ୍ତି ପୂଜା କରାଯାଇଥାଏ । ମାଟି ମୂର୍ତ୍ତିରେ ରାସାୟନିକ ରଙ୍ଗ ସାଙ୍ଗକୁ ଅଜୈବ ଉପାଦାନ ବ୍ୟବହୃତ ହୋଇଥାଏ । କିନ୍ତୁ ନୀତିନଙ୍କ ଦ୍ବାରା ପ୍ରସ୍ତୁତ ଗଣେଶ ମୂର୍ତ୍ତି ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟକରୁଛି, ଯାହା ପ୍ରଶଂସନୀୟ ।
ଇଟିଭି ଭାରତ ବ୍ୟୁରୋ