ଲକ୍ଷ୍ନୌ: ସାପ ନାଁ ଶୁଣିଲେ ଡରରେ ଛାତି ଥରିଯାଏ । କିନ୍ତୁ ସାପ କାମୁଡିବା ପରେ ଜଣେ ଯୁବକ ସାହିକତାର ସହ ସାପକୁ ଧରି ହସ୍ପିଟାଲ ଯାଇ ପହଞ୍ଚିଥିଲେ । ଯୁବକର ହାତରେ ସାପ ଦେଖି ହସ୍ପିଟାଲରେ ଥିବା ରୋଗୀ, ଡାକ୍ତର ଓ କର୍ମାଚାରୀ ମାନେ ଭୟବୀତ ହୋଇଯାଇଥିଲେ । ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ସନ୍ତକବୀର ନଗର ଜିଲ୍ଲାରେ ।
ସାପ କାମୁଡିବା ପରେ ସାପ ସହ ହସ୍ପିଟାଲରେ ଯୁବକ - ସାପ ସହ ହସ୍ପିଟାଲରେ ପହଞ୍ଚିଲେ ଯୁବକ
ସାପ କାମୁଡିବାପରେ ସାପ ସହ ହସ୍ପିଟାଲ ଗଲେ ଯୁବକ । ହାତରେ ସାପ ଦେଖି ଛାନିଆ ଡାକ୍ତର ଓ କର୍ମଚାରୀ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ସୋମବାର ଦିନ ଦ୍ବିପ୍ରହର ସମୟରେ ତୌକିର ନାମକ ଜଣେ ଯୁବକ କ୍ଷେତରେ କାମ କରୁଥିବା ସମୟରେ ସାପଟି ତାଙ୍କୁ କାମୁଡି ଦେଇଥିଲା । ଏହାପରେ ସେ ସାପକୁ ଧରି ଓ ନିଜର ଚିକିତ୍ସା କରିବା ପାଇଁ ନିକଟସ୍ଥ ହିସ୍ପିଟାଲକୁ ଯାଇଥିଲେ । ଏହାପରେ ସାପଟିକୁ ହସ୍ପିଟାଲରେ ଛାଡି ତା ସହ ଖେଳିବାକୁ ଲାଗିଥିଲେ । ଡାକ୍ତର ଓ କର୍ମଚାରୀ ମିଶି ତୌକିରଙ୍କ ଠାରୁ ସାପ ନେଇ ବାହାରେ ଛାଡି ଥିଲେ । ଏହାପରେ ତୌକିରଙ୍କର ଚିକିତ୍ସା କରି ତାଙ୍କୁ ଜିଲ୍ଲା ହସ୍ପିଟାଲ ପଠାଇଦେଇଛନ୍ତି ।