ଓଡିଶା

odisha

ETV Bharat / bharat

ମାତାଲର ପାଗଳାମି: 25 ହଜାର ଜୋରିମନା ପରେ ବାଇକ୍‌ରେ ଲାଗାଇଲେ ନିଆଁ

ନୂଆ ମୋଟର ଯାନ ଆଇନ୍‌ ପରେ ଅନେକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାରା ଦେଶରେ ପ୍ରଚାରିତ ହେଉଛି । ଜାତୀୟ ରାଜଧାନୀରେ ଫାଇନ ପରେ ଫାୟାର ରୂପ ଦେଖିବାକୁ ମିଳିଛି । ବାଇକ୍‌ ଉପରେ 25 ହଜାର ଜୋରିମନା ଲାଗିବା ପରେ ଚାଳକ ବାଇକ୍‌ରେ ନିଆଁ ଲଗାଇ ଦେଇଛନ୍ତି ।

ଡିଜାଇନ ଫଟୋ

By

Published : Sep 6, 2019, 2:30 PM IST

ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଇନ ଲାଗୁ ପରେ ଛାତିରେ ପଶିଛି ଫାଇନ ଛାନିଆ । କେଉଁଠି ଯାନବାହନର ମୂଲ୍ୟ ଠାରୁ ଚାଲାଣର ମୂଲ୍ୟ ବଳିଯାଉଛି ତ କେଉଁଠି ମୋଟା ଅଙ୍କର ଫାଇନ ଦେଇ ହତାଶ, ନିରାଣ ହେଉଛନ୍ତି ଗାଡି ମାଲିକ । କିଏ ଗଣୁଛି ତ କିଏ ଗୁହାରି ହେଉଛି ଫାଇନ କମ୍‌ କରିବା ପାଇଁ । ନୂଆ ମୋଟର ଯାନ ଆଇନ୍‌ ପରେ ଅନେକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାରା ଦେଶରେ ପ୍ରଚାରିତ ହେଉଛି । ଜାତୀୟ ରାଜଧାନୀରେ ଫାଇନରେ ଫାୟାର ରୂପ ଦେଖିବାକୁ ମିଳିଛି । ବାଇକ୍‌ ଉପରେ 25 ହଜାର ଜୋରିମନା ଲାଗିବା ପରେ ଚାଳକ ବାଇକ୍‌ରେ ନିଆଁ ଲଗାଇ ଦେଇଛନ୍ତି ।

ସୂଚନା ଅନୁସାରେ ଦିଲ୍ଲୀର ମାଲବୀୟ ନଗର ପୋଲିସ ଷ୍ଟେସନ ପାଖ ତ୍ରିବେଣୀ କମ୍ପ୍ଲେକ୍ସ ନିକଟରେ ଘଟିଛି ଏହି ଘଟଣା । ନିଶାସକ୍ତ ଯୁବକଙ୍କୁ ବାଇକ୍‌ ଚଲାଉଥିବା ବେଳେ ଧରିଥିଲେ ଟ୍ରାଫିକ୍‌ ପୋଲିସ । ପୋଲିସ ବାଇକ୍‌ ଉପରେ ଭିନ୍ନ ଭିନ୍ନ ଟ୍ରାଫିକ୍‌ ଉଲଂଘନ କରୁଥିବାରୁ 25 ହଜାର ଚାଲାଣ କାଟିଥିଲା । ଏହାପରେ ଦେଖିବାକୁ ମିଳିଥିଲା ମାତାଲ ଯୁବକର ପାଗଳାମି ।

ବିଚ୍‌ ରାସ୍ତାରେ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ । ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାସହ ଯୁବକଙ୍କୁ ଗିରଫ କରିଛି ପୋଲିସ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସେପ୍ଟେମ୍ବର ପହିଲାରୁ ସାର ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି । ଏହାପରେ ଦେଶର ବିଭିନ୍ନ ସ୍ଥାନରେ ଆରଟିଓ ଏବଂ ପୁଲିସ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି ।

ଭିଡିଓ ସୌଜନ୍ୟ: ଟ୍ବିଟର@journoaman


ଆଇନ ଉଲ୍ଲଂଘନକାରୀଙ୍କୁ ସାବାଡ଼ କରିବା ଲାଗି ମୋଟା ଅଙ୍କର ଜରିମାନା ଲଗାଯାଉଛି। ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର(ଆରସି), ଇନସ୍ୟୁରାନ୍ସ ପ୍ରମାଣପତ୍ର​ , ପ୍ରଦୂଷଣ ନିୟନ୍ତ୍ରଣାଧୀନ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମିଟ୍‌ ପ୍ରମାଣପତ୍ର ନ ଦେଖାଇଲେ ଚାଳକଙ୍କର ତୁରନ୍ତ ଚାଲାଣ କାଟି ଦିଆଯାଉଛି । ଏବେ ଏହି ଫାଇନ ଆଦାୟ ମାମଲାରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଛି।

ABOUT THE AUTHOR

...view details