ଓଡିଶା

odisha

ETV Bharat / bharat

ଶାରୀରିକ ସମ୍ବନ୍ଧ ପାଇଁ ମନା କରିବାରୁ ଜିଅନ୍ତା ଜାଳିଲେ ଦୁର୍ବୃତ୍ତ

ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବାକୁ ମନା କରିବାରୁ ମହିଳାଙ୍କୁ ଜିଅନ୍ତା ଜାଳିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

By

Published : Feb 5, 2020, 9:59 PM IST

Man sets woman on fire
ମହାରାଷ୍ଟ୍ର

ମୁମ୍ବାଇ: ଶାରୀରିକ ସମ୍ବନ୍ଧ ସ୍ଥାପନ କରିବାକୁ ମନା କରିବାରୁ ମହିଳାଙ୍କୁ ଜିଅନ୍ତା ଜାଳିଲେ ଦୁର୍ବୃତ୍ତ । ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ପୀଡିତାଙ୍କ ଶରୀରର 95 ପ୍ରତିଶତ ଭାଗ ଜଳିଯାଇଥିବା ବେଳେ ତାଙ୍କୁ ଔରଙ୍ଗାବାଦର ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

ଘଟଣାଟି ସୋମବାର ରାତିର । ଔରଙ୍ଗାବାଦର ସନ୍ତୋଷ ମୋହିତେ ନାମକ ଜଣେ ବ୍ୟକ୍ତି ପୀଡିତାଙ୍କୁ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ । ପୀଡିତା ପ୍ରତିବାଦ କରିବାରୁ ଅଭିଯୁକ୍ତ ସନ୍ତୋଷ ତାଙ୍କ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇଦେଇଥିଲା। ସେପଟେ ପୋଲିସ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିବା ସହ ତାକୁ କୋର୍ଟ ଚାଲାଣ କରିଥିଲା । ତେବେ କୋର୍ଟ ଅଭିଯୁକ୍ତକୁ ସୋମବାର ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତିି ।

ABOUT THE AUTHOR

...view details