ଓଡିଶା

odisha

ETV Bharat / bharat

ଦୁଇ ଦିନ ପରେ ଗଭୀର କୂପରୁ ଏମିତି ବଞ୍ଚିଲେ ଯୁବକ

ରାସ୍ତା କୂଅ ସାଜିଲା କାଳ । ଭୁଲବଶତଃ ବାଇକ ନେଇ ଯାଉଥିବା ବେଳେ ଖିସିପଡିଲେ କରିମନଗରର ଭି . ରାଜମୋଗଲୀ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଛି ।

By

Published : Jun 2, 2019, 2:11 PM IST

ଭାଇରାଲ ଫଟୋ

ହାଇଦ୍ରାବାଦ: 2 ଦିନ ପରେ କୂଅରୁ ଉଦ୍ଧାର ହେଲେ ପଥଚାରୀ । ନିଜ ମୋଟର ସାଇକେଲରେ ଯାଉଥିବା ବେଳେ ଭୁଲବଶତଃ କୂଅରେ ପଡିଯାଇଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର କରିମନଗର ଅଞ୍ଚଳରେ । ବ୍ୟକ୍ତି ଜଣକ ଭି . ରାଜମୋଗଲୀ ବୋଲି ଜଣାପଡିଛି ।

ଯେମିତି ସେମିତି କୂଅରେ ଦୁଇ ଦିନ ବିତେଇ ଥିଲେ ରାଜମୋଗଲୀ । ପ୍ରତି ମୂହୂର୍ତ୍ତରେ ଜୀବନ ମରଣ ସହ କରୁଥିଲେ ସଂଘର୍ଷ । ହେଲେ କଥାରେ ଅଛି ଯାହାକୁ ଭଗବାନ ରକ୍ଷା କରିବା ତାର କେହି କ୍ଷତି କରିପାରିବେ ନାହିଁ। ତେବେ ତୃତୀୟ ଦିନ କୂଅ ଥିବା ଯାହା ଚାଷଜମିର ମାଲିକ ଫସଲ ଦେଖିବାକୁ ଆସିଥିଲେ। ଆଉ ରାଜମୋଗଲୀଙ୍କୁ ଦେଖି ଗାଁ ଲୋକଙ୍କୁ ଡାକିଥିଲେ । ବଡ ଦଉଡି ସାହାଯ୍ୟରେ ତାଙ୍କୁ କୂଅରୁ ଉଦ୍ଧାର କରାଯାଇଥିଲା ।

ଶେଷରେ ଜୀବନ ନେଇ ମରଣଯନ୍ତାରୁ ବାହାରକୁ ଆସିଲେ ରାଜମୋଗଲୀ । ହେଲେ ସେଇ ଦୁଇ ଦିନ ତାଙ୍କୁ କେହି ଦେଖିପାରିନଥିଲେ । କିମ୍ବା ପାଟିକରି ଡାକିଲେ ମଧ୍ୟ ଏହି ଶବ୍ଦ ପଥଚାରୀଙ୍କ କାନରେ ପଡିନାହିଁ ।

For All Latest Updates

ABOUT THE AUTHOR

...view details