ହାଇଦ୍ରାବାଦ: 7 ବର୍ଷର ଦୁଇ ପୁଅଙ୍କୁ ବାପା ନିଜେ ମାରି ପୋଡି ଦେବା ଭଳି ଏକ ଅମାନବୀୟ ଘଟଣା ଘଟିଛି । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଦେଖିବାକୁ ମିଳିଛି ।
ଜିଲ୍ଲାର କଲ୍ୟାଣଦୁର୍ଗମ ମଣ୍ଡଳ ଅଞ୍ଚଳର ରଙ୍ଗପ୍ପା ନାମକ ଜଣେ ବ୍ୟକ୍ତି ତାଙ୍କର ଦୁଇ ପୁଅଙ୍କୁ ହତ୍ୟା କରି ପୋଡି ଦେଇଛନ୍ତି । ସୂଚନା ମୁତାବକ ମୃତ ଦୁଇ ବାଳକଙ୍କ ମାଆ ରାଧା ପୁଅମାନଙ୍କୁ ନପାଇ ଚାରିଆଡେ ଖୋଜିଥିଲେ । ହେଲେ ପୁଅଙ୍କୁ କେଉଁଠାରେ ବି ପାଇନଥିଲେ । ଏନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ ରାଧା । ଗ୍ରାମବାସୀ ରଙ୍ଗପ୍ପା ଉପରେ ସନ୍ଦେହ କରି ତାଙ୍କୁ ପଚରା ଉଚରା କରିବାରୁ ସେ ପୁଅମାନଙ୍କୁ ପୋଡି ମାରିଦେଇଥିବା କହିଥିଲେ । ଏଥିସହ ଉକ୍ତ ସ୍ଥାନକୁ ମଧ୍ୟ ଗ୍ରାମବାସୀମାନଙ୍କୁ ନେଇ ଯାଇଥିଲେ । ଘଟଣା ବାବଦରେ ଜାଣିବା ପରେ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହେବା ସହ ଆତଙ୍କିତ ହୋଇପଡିଛନ୍ତି ।