ଚେନ୍ନାଇ: ହାତରେ ହଳଦିଆ ରଙ୍ଗର ଦୁଇ ଚକିଆ ଯାନ ଓ ସମାନ ରଙ୍ଗର ହେଲମେଟ ଏବଂ ଟି-ସାର୍ଟ ସାଙ୍ଗକୁ ପ୍ଲା-କାର୍ଡ । , , ଘର ତାମିଲନାଡୁ ଥିରୁପୁର ଜିଲ୍ଲାର ଶିବଶୁଭ୍ରମନ୍ୟମଙ୍କୁ ବୟସ ପାଖାପାଖି 60 । ଦୀର୍ଘ 14ବର୍ଷ ଧରି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଏହି ସାମାଜିକ କର୍ମୀ । ସଚେତନତା କାର୍ଯ୍ୟକ୍ରମର ନାମ ‘ଆୱାରନେସ ଆପ୍ପା’ ରଖିଥିବା ବେଳେ ସଡକ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିବା ଦେଖିବାକୁ ମିଳିଛି । ଜୀବନର ଅପରାହ୍ନରେ ମଧ୍ୟ ସମାଜ ପ୍ରତି ଥିବା କର୍ତ୍ତବ୍ୟକୁ ସେ ଭୁଲି ନାହାଁନ୍ତି ।
ଦେହରେ ପ୍ରାଣ ଥିବାଯାଏଁ ସଡକ ସୁରକ୍ଷା ସଚେତନତା କରିବା ସହ ବିଭିନ୍ନ ରାଜ୍ୟ ବୁଲି ଏହି ବାର୍ତ୍ତା ବାଣ୍ଟିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ପ୍ରଥମେ ସଚେତନତା ପାଇଁ ସାଇକେଲରେ ସେ ଯାତ୍ରା ଆରମ୍ଭ କରିଥିଲେ ।