ଓଡିଶା

odisha

ETV Bharat / bharat

କାର ଅଟକାଇବାରୁ, ଏଏସଆଇଙ୍କୁ ବୋନଟରେ ଟାଣିନେଲା ଦୁର୍ବୃତ୍ତ - କାର ଅଟକାଇବାରୁ

ଲକାଡାଉନ ସମୟରେ ଏକ କାରକୁ ଅଟକାଇବାକୁ ଯାଇ ପୋଲିସଙ୍କୁ ଆକ୍ରମଣ । ଏଏସଆଇଙ୍କୁ କାର ବୋନଟରେ ଭିଡିନେଲା କାର ଚାଳକ । ଅଧିକ ପଢନ୍ତୁ...

କାର ଅଟକାଇବାରୁ, ଏଏଆଇଙ୍କୁ ବୋନଟରେ ଟାଣିନେଲା ଦୁର୍ବୃତ୍ତ
କାର ଅଟକାଇବାରୁ, ଏଏଆଇଙ୍କୁ ବୋନଟରେ ଟାଣିନେଲା ଦୁର୍ବୃତ୍ତ

By

Published : May 2, 2020, 12:36 PM IST

ଚଣ୍ଡିଗଡ: ପଞ୍ଜାବରେ ମାତିଛନ୍ତି ଲକଡାଉନ ଉଲ୍ଲଙ୍ଘନକାରୀ । ନିୟମ ଖିଲାପୀକାରୀଙ୍କୁ ଅଟକାଇବାରୁ ପୋଲିସଙ୍କ ଉପରେ କରାଯାଉଛି ଆକ୍ରମଣ । ଆଜି ପୁଣି ଥରେ ପଞ୍ଜାବ ଜଲନ୍ଧର ନିକଟରେ ଜଣେ ଏସଆଇଙ୍କୁ ଆକ୍ରମଣ କରାଯାଇଛି ।

କରୋନା ପାଇଁ ସାରା ରାଜ୍ୟରେ କର୍ଫ୍ୟୁ ଲାଗୁ କରାଯାଇଛି। ଏହି କାରଣରୁ ରାସ୍ତାରେ ଯାଞ୍ଚ ଚାଲିଥିଲା । ଏହି ସମୟରେ ଜଣେ ଏଏସଆଇ କାରକୁ ଅଟକାଇଥିଲେ । କାର ଚାଳକ ଗାଡିରୁ ନ ଓହ୍ଲାଇ ଏଏସଆଇଙ୍କୁ ବୋନଟରେ ବସାଇ କିଛି ବାଟ ଟାଣି ନେଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ପୋଲିସଙ୍କୁ ଉଦ୍ଧାର କରାଯାଇଛି ।

ପୂର୍ବରୁ ପଞ୍ଜାବର ପଟିଆଲ ମାର୍କେଟ ନିକଟରେ ଏଏସଆଇ ହରଜିତ ସିଂଙ୍କ ଲକଡାଉନ ଉଲ୍ଲଙ୍ଘନକାରୀଙ୍କୁ ଅଟକାଇଥିଲେ । ସେମାନଙ୍କ ଠାରୁ ପାସ୍‌ ମାଗିଥିଲେ । ପାସ ନଥିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ଉଲ୍ଲଙ୍ଘନକାରୀ ଏଏସଆଇ ହରଜିତ ସିଂଙ୍କ ହାତ କାଟି ଦେଇଥିଲେ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ପଞ୍ଜାବରେ 480 ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିମଧ୍ୟରୁ 90 ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ଏବଂ 19 ଜଣ ମୃତ୍ୟୁବରଣ କରିଛନ୍ତି।

ABOUT THE AUTHOR

...view details