ବେଙ୍ଗାଲୁରୁ: ଆଇସୋଲେସନ୍ ୱାର୍ଡରେ କୋରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା । କର୍ଣ୍ଣାଟକ ଉଦୁପି ଜିଲ୍ଲାରେ ଥିବା ଆଇସୋଲେସନ ୱାର୍ଡରେ ଜଣେ କୋରୋନା ସନ୍ଦିଗ୍ଧ ବୃଦ୍ଧ ଆତ୍ମହତ୍ୟା କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ଜୁଲାଇ 5ରେ ସାମାନ୍ୟ କୋରୋନା ଲକ୍ଷଣ ପରିଲକ୍ଷିତ ହେବାରୁ ପ୍ରଭାକର ପୁତରନ ଉଦୁପି ଜିଲ୍ଲାରେ ଥିବା ଆଇସୋଲେସନ ୱାର୍ଡରେ ରହିଥିଲେ । ଏହାପରେ ତାଙ୍କ ରକ୍ତ ନମୁନା କେୀରୋନା ପରୀକ୍ଷା ପାଇଁ ଦିଆଯାଇଥିଲା ।
କୋରୋନା ସନ୍ଦିଗ୍ଧଙ୍କ ଆତ୍ମହତ୍ୟା କୋରୋନା ସଂକ୍ରମିତ ହୋଇଥିବା ଡରରେ ସେ ଚାପରେ ରହୁଥିଲେ । ମାତ୍ର ରିପୋର୍ଟ ଆସିବା ପୂର୍ବରୁ ସେ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ଏନେଇ ଉଦୁପି ସିଟି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।
ପ୍ରକାଶ ଥାଉକି, ବର୍ତ୍ତମାନ କର୍ଣ୍ଣାଟକରେ 26 ହଜାର 815 କୋରୋନା ମାମଲା ରହିଛି। ଏଥିସହ 416 ଆକ୍ରାନ୍ତଙ୍କର ଏବେସୁଦ୍ଧା କୋରୋନାରେ ମୃତ୍ୟୁ ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ