ଓଡିଶା

odisha

ETV Bharat / bharat

ମାର୍କେଟକୁ ଆସିଲା ବିନା ପ୍ଲାଷ୍ଟିକର V-CARD - ପ୍ଲାଷ୍ଟିକ

ପ୍ଲାଷ୍ଟିକ ବିନା ତିଆରି ହେଉଛି କ୍ରେଡିଟ କାର୍ଡ । ଏଭଳି କମାଲ କରୁଛନ୍ତି ହାଇଦ୍ରାବାଦର ଜଣେ ଯୁବକ । ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ପଢନ୍ତୁ ଆମର ସ୍ବତନ୍ତ୍ର ଉପସ୍ଥାପନା...

Man builds non-plastic UPI-based credit card
ମାର୍କେଟକୁ ଆସିଲା ବିନା ପ୍ଲାଷ୍ଟିକର V-CARD

By

Published : Feb 5, 2020, 8:51 AM IST

ହାଇଦ୍ରାବାଦ:ବିନା ପ୍ଲାଷ୍ଟିକରେ କ୍ରେଡିଟ କାର୍ଡ । ଏହାକୁ ପ୍ରସ୍ତୁତ କରିଛନ୍ତି ହାଇଦ୍ରାବାଦର ଜଣେ ଯୁବକ । ପ୍ଲାଷ୍ଟିକ ବ୍ୟବହାର ହ୍ରାସ ଲକ୍ଷ୍ୟରେ ଏହି upi-based କ୍ରେଡିଟ କାର୍ଡ ତିଆରି ହୋଇଛି । ହାଇଦ୍ରାବାଦରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ପରେ ସାରା ଦେଶରେ କାର୍ଯ୍ୟକାରୀ ହେବ ।

ବିଶାଳ ରଞ୍ଜନ । ଯିଏକି ଜଣେ ଏମବିଏ ଗ୍ରାଜ୍ୟୁଏଟ । ତାଙ୍କୁ ଏହି ପ୍ରୟାସ ପାଇଁ ନା ସାଧାରଣଲୋକ କି ବ୍ୟାଙ୍କ କର୍ତ୍ତୃପକ୍ଷ କେହି ସମର୍ଥନ କରିନଥିଲେ । ତଥାପି ବାରମ୍ବାର ପ୍ରୟାସ ପରେ ଭି-କାର୍ଡ ତିଆରି କରିବାରେ ସଫଳ ହୋଇଛନ୍ତି ସେ । ସ୍ମାର୍ଟ ଫୋନ ଜରିଆରେ ଭି-କାର୍ଡର ବ୍ୟବହାର କରାଯାଏ । ଅନ୍ୟ କ୍ରେଡିଟ କାର୍ଡ ଭଳି ଏହାକୁ ବ୍ୟବହାର କରାଯାଇପାରିବ । ତେବେ ଏହି ପ୍ରକ୍ରିୟାରେ ପ୍ଲାଷ୍ଟିକ ନିର୍ମିତ କ୍ରେଡିଟ କାର୍ଡ ବ୍ୟବହାର କରାଯାଇ ନପାରେ ।

ମାର୍କେଟକୁ ଆସିଲା ବିନା ପ୍ଲାଷ୍ଟିକର V-CARD

ଭି-କାର୍ଡ ମୋବାଇଲ ଆପ୍ ଜରିଆରେ ଏହାକୁ ବ୍ୟବହାର କରାଯାଏ । ଏଥିରେ 2ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ । ଟଙ୍କା ଉଠାଇବା ପାଇଁ ହେଲେ ଆପ୍ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିବାକୁ ପଡିବ । ଅନ୍ୟକାର୍ଡ ଭଳି ଉଠାଇଥିବା ଟଙ୍କାକୁ 30 ଦିନ ଭିତରେ ପୈଠ କରିବାକୁ ପଡିବ । ଏପରକି କିସ୍ତି ବା ଇଏମଆଇ ଜରିଆରେ ଟଙ୍କା ନେଣଦେଣର ସୁବିଧା ପ୍ରଦାନ କରୁଛି ଭିକାର୍ଡ । ଆଗକୁ ଯଦି ଭି-କାର୍ଡ ଫଳପ୍ରଦ ସାବ୍ୟସ୍ତ ହୁଏ, ସରକାର ସାରା ଦେଶରେ ଏହାକୁ ଉପଯୋଗ ପାଇଁ ଚିନ୍ତା କରିପାରନ୍ତି ।

ଭି-କାର୍ଡ କିପରି ଆହୁରି ଭଲ ହୋଇରପାରିବ, ସେ ଦିଗରେ କାମ କରୁଛନ୍ତି ବିଶାଲ । ବର୍ତ୍ତମାନ 47ଟି ସହରରେ ସେବା ପ୍ରଦାନ କରୁଛି ଭି-କାର୍ଡ । ଖୁବଶୀଘ୍ର ଅନ୍ୟ ସହରରେ ଏହାକୁ ଲଞ୍ଚ କରିବାକୁ ଯୋଜନା ରଖିଛନ୍ତି ସେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details