ଭୋପାଳ: ଚାକିରୀ ନାଁରେ କରୁଥିଲେ ହଇରାଣ। ଆଉ ରାସ୍ତା ମଝିରେ ବେଲ୍ଟରେ ନିର୍ଧୁମ ଛେଚିଲେ ଯୁବତୀ। ଛେଚା ଖାଇ ଯୁବକଙ୍କ ଅବସ୍ଥା ବେହାଲ। ଏପରି ଘଟଣା ଦେଖିବାକୁ ମିଳିଛି ଭୋପାଳର ଏମପି ନଗର ଅଞ୍ଚଳରେ।
ମିଛ କହି ନିର୍ଧୁମ ଛେଚା ଖାଇଲେ ଯୁବକ, ଭିଡିଓ ଭାଇରାଲ - JOB
ମିଛ କହି ଫସିଗଲେ ଯୁବକ। ରାସ୍ତା ମଝିରେ ନିର୍ଧୁମ ଛେଚା ଖାଇ ହେଲେ ବେହାଲ। ଚାକିରୀ ଦେବା ନାଁରେ କରୁଥିଲେ ହଇରାଣ। ଆଉ ଶେଷରେ ମାଡ ଖାଇ ଏବେ ଜେଲ ଗଲେ ଯୁବକ।
ଫଟୋ ସୌଜନ୍ୟ: ଟ୍ବିଟର@ @Anurag_Dwary
କିଛି ଦିନ ତଳେ ଯୁବକ ଜଣକ ଚାକିରୀ ଦେବି କହି ଯୁବତୀଙ୍କ ଇଣ୍ଟରଭ୍ଯୁ ନେଇଥିଲେ। ଆଉ ସେହି ସମୟରେ ଯୁବତୀଙ୍କ ମୋବାଇଲ ନମ୍ବର ନେଇ ବାରମ୍ବାର ହଇରାଣ କରୁଥିଲେ। ହେଲେ ଯୁବକଙ୍କୁ ପାନେ ଦେବା ପାଇଁ ଏପଟେ ଯୁବତୀ ସାଙ୍ଗମାନଙ୍କ ସହ ମିଶି କରିଥିଲେ ଯୋଜନା। ଆଉ ଯୋଜନା କ୍ରମେ ଯୁବକଙ୍କୁ ଫୋନ କରି ଡାକିଥିଲେ। ଆଉ ସମସ୍ତଙ୍କ ସାମନାରେ ନିର୍ଧୁମ ଛେଚିଥିଲେ।
ରାସ୍ତା ମଝିରେ ଅନେକ ସମୟ ପର୍ଯ୍ୟନ୍ତ ଏହି ହାଇଡ୍ରାମା ଚାଲିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।