ମାଙ୍ଗାଲୋର: ଦେଶରେ ଦିନକୁ ଦିନ ଏସିଡ୍ ପୀଡିତାଙ୍କ ସଂଖ୍ୟା ବଢିବାରେ ଲାଗିଛି। ନିକଟରେ ଏମିତି ଏକ କାହାଣୀକୁ ନେଇ ବଲିଉଡ୍ରେ ନିର୍ମାଣ କରାଯାଇଥିବା ଫିଲ୍ମ 'ଛପାକ'। ଏହି ଫିଲ୍ମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା। ହେଲେ କୁତ୍ସିତ କଦାକାର ଲୋକଙ୍କ ଚିନ୍ତାଧାରେ ପରିବର୍ତ୍ତନ ନାଁ ଧରୁନି।
ଆଉ ଜଣେ ଏସିଡି ପୀଡିତା, ବଦଳୁନି ଲୋକଙ୍କ ମାନସିକତା
ମାଙ୍ଗାଲୋରର ଜଣେ ମହିଳା ଏସିଡ୍ ଆଟାକର ଶୀକାର ହୋଇଛନ୍ତି। ମହିଳାଙ୍କୁ ତାଙ୍କ ଭିଣୋଇ ଏସିଡ୍ ପକାଇ ଗୁରୁତର କରିଛନ୍ତି। ଅଧିକ ପଢନ୍ତୁ...
ଆଉ ଜଣେ ଏସିଡି ପୀଡିତା, ବଦଳୁନି ଲୋକଙ୍କ ମାନସିକତା
ବର୍ତ୍ତମାନ ଆଉ ଜଣେ ମହିଳା ଏହି ଏସିଡ୍ ଆଟାକର ଶୀକାର ହୋଇଛନ୍ତି। ମହିଳା ଜଣଙ୍କ ମୁହଁରେ ତାଙ୍କ ଭିଣୋଇ ଏସିଡ୍ ପକାଇ ଗୁରୁତର କରିଛନ୍ତି। ଏହି ଘଟଣାଟି କର୍ଣ୍ଣାଟକ ମାଙ୍ଗୋଲରର ଦକ୍ଷିଣ କନ୍ନଡ ଜିଲ୍ଲାରେ ଘଟିଛି। ଏନେଇ ଏକ ମାମଲା କାଡାବା ପୋଲିସ ଷ୍ଟେସନରେ ରୁଜୁ ହୋଇଛି। ଅଭିଯୁକ୍ତ ଜୟନାନନ୍ଦା କୋଟାରୀଙ୍କୁ ପୋଲିସ ହେପାଜତକୁ ନେଇ ତଦନ୍ତ ଦାରି ରଖିଛି।
ଏହି ଘଟଣା ଗୁରୁବାର ଘଟିଛି। ଏଥିରେ ଗୁରୁତର ମହିଳାଙ୍କ ସହ ତାଙ୍କର ତିନି ବର୍ଷର ଝିଅ ମଧ୍ୟ ଆହତ ହୋଇଛି। ଏହି ଏସିଡ୍ ଫିଙ୍ଗା ଘଟଣା ଟଙ୍କା ବିବାଦକୁ ନେଇ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।