ନୂଆଦିଲ୍ଲୀ: ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ବାମୀ ଓ ତାଙ୍କର ପ୍ରେମିକାକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀ ରାହୁଲ ମିଶ୍ର ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ।
ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ବାମୀ ସହ ଦୁଇ ଗିରଫ
ଗତ ମାର୍ଚ୍ଚ ମାସ 16 ତାରିଖରେ କିଶନନଗର ଅଞ୍ଚଳରେ ରହୁଥିବା ରାହୁଲ ମିଶ୍ର ନିଜ ସ୍ତ୍ରୀ ପୁଜା ରାୟଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ । ରାହୁଲ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ତାଙ୍କୁ ଡାକ୍ତରଖାନା ନେଇଥିଲେ ।
ମିଳିଥିବା ସୂଚନା ମୁତାବକ ଗତ ମାର୍ଚ୍ଚ ମାସ 16 ତାରିଖରେ କିଶନନଗର ଅଞ୍ଚଳରେ ରହୁଥିବା ରାହୁଲ ମିଶ୍ର ନିଜ ସ୍ତ୍ରୀ ପୁଜା ରାୟଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ । ରାହୁଲ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ତାଙ୍କୁ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସ ତଦନ୍ତ ସମୟରେ ରାହୁଲ ତାଙ୍କୁ ତାଙ୍କ ସ୍ତ୍ରୀଙ୍କ ଏକ ହାତଲେଖା ସୁଇସାଇଡ଼ ନୋଟ ଦେଖାଇଥିଲେ ।
ପରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସର ତଦନ୍ତ ପରିସରକୁ ରାହୁଲ ଓ ତାଙ୍କ ପ୍ରେମିକା ଆସିଥିଲେ । ପରେ ସେମାନଙ୍କୁ ପଚରାଉଚୁରା କରିବା ପରେ ଅଭିଯୁକ୍ତମାନେ ସେମାନଙ୍କର ଦୋଷ ସ୍ବୀକାର କରିଥିଲେ
। ସୂଚନାଯୋଗ୍ୟ ରାହୁଲ ଓ ତାଙ୍କର ପ୍ରେମିକା ପଦ୍ମା ପରସ୍ପରକୁ ସ୍କୁଲ ସମୟରୁ ଭଲପାଉଥିଲେ । ମାତ୍ର ସେମାନଙ୍କ ପ୍ରେମକୁ ପରିବାର ଲୋକେ ସ୍ବୀକୃତି ଦେଇନଥିଲେ । ପରେ ରାହୁଲଙ୍କ ବିବାହ ପୁଜା ସହିତ କରାଇଥିଲେ ପରିବାର ଲୋକେ । ମାତ୍ର ଏଥିରେ ସନ୍ତୁଷ୍ଟ ନଥିଲେ ରାହୁଲ । ଆଉ ପୂଜାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ ।