ଓଡିଶା

odisha

ETV Bharat / bharat

ଡାକ୍ତରଙ୍କ ସର୍ତ୍ତରେ ରାଜି ମମତା, ଗଣମାଧ୍ୟମରେ ହେବ ଆଲୋଚନା

ଆନ୍ଦୋଳନକାରୀ ଡାକ୍ତରଙ୍କ ସର୍ତ୍ତରେ ରାଜି ହୋଇ ସେମାନଙ୍କ ସହ ଗଣମାଧ୍ୟମ ସାମ୍ନାରେ ଆଲୋଚନା କରିବାକୁ ସହମତି ପ୍ରକାଶ କରିଛନ୍ତି  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଫାଇଲ ଫଟୋ

By

Published : Jun 17, 2019, 4:25 PM IST

କୋଲକାତା: ଶେଷରେ ଡାକ୍ତରଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଆନ୍ଦୋଳନକାରୀ ଡାକ୍ତରଙ୍କ ସର୍ତ୍ତରେ ରାଜି ହୋଇ ସେମାନଙ୍କ ସହ ଗଣମାଧ୍ୟମ ସାମ୍ନାରେ କଥାବାର୍ତ୍ତା ହେବାକୁ ସହମତି ପ୍ରକାଶ କରିଛନ୍ତି । ଏହି ଆଲୋଚନାରେ ପଶ୍ଚିମବଙ୍ଗର ସମସ୍ତ ମେଡିକାଲ କଲେଜରୁ 2 ଜଣ ପ୍ରତିନିଧି ସାମିଲ ହେବେ ବୋଲି ଜଣା ପଡିଛି । ଏହି ବୈଠକ କୋଲକାତାର ନାବନ୍ନା ସ୍ଥିତ ରାଜ୍ୟ ସଚିବାଳୟରେ ହେବ ।

ବହୁ ଛକାପଞ୍ଝା ପରେ ରବିବାର ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହୋଇଥିଲେ ଆନ୍ଦୋଳନରତ ଡାକ୍ତରମାନେ । କିନ୍ତୁ ଏହି ଆଲୋଚନା ବନ୍ଦ କଠୋରୀରେ ନକରି ଗଣମାଧ୍ୟମ ଏବଂ କ୍ୟାମେରା ସାମ୍ନାରେ କରିବାକୁ ସର୍ତ୍ତ ରଖିଥିଲେ । ତେବେ ମମତା ଶେଷରେ ସେମାନଙ୍କ ସର୍ତ୍ତରେ ରାଜି ହୋଇଛନ୍ତି ।

ତେବେ ରାଜ୍ୟ ସରକାରଙ୍କ ବିରୋଧରେ ଗତ 6 ଦିନରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ଗୋଷ୍ଠୀ । ସେପପଟେ ମମତା ସେମାନଙ୍କ ସୁରକ୍ଷାର ଆଶ୍ବାସନା ଦେବା ପରେ ସେମାନେ ନରମିଥିବା ଜଣା ପଡିଛି ।

For All Latest Updates

ABOUT THE AUTHOR

...view details