କୋଲକାତା: ଲୋକସଭା ନିର୍ବାଚନରେ ବାରମ୍ବାର ମୁସଲିମ ତୁଷ୍ଟିକରଣର ଆରୋପକୁ ସାମ୍ନା କରୁଥିବା ମମତା ବାନାର୍ଜୀ ହିନ୍ଦୁ ସମ୍ପ୍ରଦାୟଙ୍କ ପାଇଁ ବଡ ନିଷ୍ପତି ନେଇଛନ୍ତି ।
ବିଜେପିର ହିନ୍ଦୁ କାର୍ଡକୁ ଟକ୍କର ଦେବାକୁ ଯାଇ ଅନ୍ତିମ ସଂସ୍କାର କରୁଥିବା ପୁରୋହିତଙ୍କୁ ସରକାର ଦରମା ଦେବେ ବୋଲି ଜଣା ପଡିଛି ।

କୋଲକାତା ନଗର ନିଗମ ଅଧିନରେ ଆସୁଥିବା ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରୁଥିବା ପୁରୋହିତଙ୍କୁ ପ୍ରତ୍ୟେକ ସଂସ୍କାର ପାଇଁ 380 ଟଙ୍କା ଦିଆଯିବା ନେଇ ମେୟର ଫିରହାଦ ଖାନ କହିଛନ୍ତି ।
ପୂର୍ବରୁ 2012ରେ ମମତା ମୁସଲିମ ସମ୍ପ୍ରଦାୟର ଅନ୍ତିମ ସଂସ୍କାର କରୁଥିବା ଇମାମଙ୍କୁ 2500 ଟଙ୍କା ଦରମା ଦେବା ନିଷ୍ପତି ପରେ ବିବାଦ ସୃଷ୍ଟି ହୋଇଥିଲା । ହିନ୍ଦୁଙ୍କୁ ମଧ୍ୟ ସମାନ ଲାଭ ମିଳୁ ବୋଲି ଦାବି କରି ବିଜେପି ମମତା ସରକାରଙ୍କୁ ସମାଲୋଚନା କରିଥିଲା । ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ବିଜେପିର ହିନ୍ଦୁତ୍ବ ଛବି ମମତାଙ୍କୁ ହିନ୍ଦୁଙ୍କ ସପକ୍ଷରେ ଢଳିବା ପାଇଁ ବାଧ୍ୟ କରିଥିବା ଚର୍ଚ୍ଚା ହେଉଛି ।