ଓଡିଶା

odisha

ETV Bharat / bharat

ମୋଦିଙ୍କୁ ରୋକିବ ମମତାଙ୍କ ମାଓ ଗ୍ୟାଙ୍ଗ !

ଦେଶରେ ରାଜନୀତିରେ ଏବେ ମୋଦି-ଦିଦି ଲଢେଇ ଚର୍ଚ୍ଚାର ଶିରୋନାମା ପାଲଟିଛି । ଏପଟେ ମୋଦିଙ୍କୁ ମାତ ଦେବା ପାଇଁ ଦିଦିଙ୍କ ଦଳ ଆପଣେଇଛି ନୂଆ ରଣନୀତି ।

ଫାଇଲ ଫଟୋ

By

Published : May 11, 2019, 12:03 PM IST

ନୂଆଦିଲ୍ଲୀ: ମୋଦିଙ୍କୁ ମାତ୍ ଦେବା ପାଇଁ ଦିଦିଙ୍କ ଭିନ୍ନ ରଣନୀତି । ପୂର୍ବରୁ ମାଓ ସଙ୍ଗଠନରେ ଥିବା ନେତାଙ୍କୁ ଦଳକୁ କରିଛନ୍ତି ୱେଲକମ । ଆଉ ଏଭଳି ନେତାଙ୍କୁ ନେଇ ତିଆରି ହୋଇଛି ଗ୍ୟାଙ୍ଗ । ଫୋକସରେ ନିର୍ବାଚନ ।

ଦିନେ ମାଓବାଦୀଙ୍କ ଗଡଥିଲା ପଶ୍ଚିମବଙ୍ଗର ଝାଡଗ୍ରାମ, ମେଦିନୀପୁର, ବାଙ୍କୁରା ଏବଂ ପୁରାଲିୟା । ମମତାଙ୍କ ଦଳ (ତୃଣମୂଳ କଂଗ୍ରେସ) ଟିଏମସି ଏବେ ପୂର୍ବ ମାଓନେତାଙ୍କୁ ନେଇ ଏଠି ସଙ୍ଗଠନ କରିଛି । ମାଓବାଦୀ ସମର୍ଥିତ ଏବଂ ପୋଲିସ ଅତ୍ୟାଚାର ବିରୋଧୀ ଜନ ସମିତି(ପିସିଏପିଏ)ର ବହୁ ସଦସ୍ୟ ଏବେ ଟିଏମସି ସଙ୍ଗଠନର ସଦସ୍ୟ । ଆହୁରି ମଧ୍ୟ ବହୁ କଟ୍ଟରପନ୍ଥୀ ନେତାଙ୍କୁ ଟିଏମସି ଏବେ ଦଳକୁ ସ୍ବାଗତ କରିଛି ।

ପଶ୍ଚିମ ମେଦିନୀପୁର ଜିଲ୍ଲାର ଟିଏମସି ଅଧ୍ୟକ୍ଷ ଅଜିତ ମୈତ୍ରୀଙ୍କ କହିବା କଥା ହେଲା, ବର୍ତ୍ତମାନ ପରିସ୍ଥିତିରେ ଏହାର ଆବଶ୍ୟକତା ରହିଛି । ବିଜେପି ସହ ଲଢେଇ କେବଳ ରାଜନୈତିକ ନୁହେଁ, ଏହା ଏବେ ବିଚାରଧାରାର ଲଢେଇ । କ୍ୟାଡର ଆଧାରିତ ଦଳ ବିଜେପିକୁ ଟକ୍କର ଦେବାକୁ ହେଲେ କ୍ୟାଡର ଯୁକ୍ତ ଗ୍ୟାଙ୍ଗ ଗଢିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

ଅଜିତ ଆହୁରି ମଧ୍ୟ କହିଛନ୍ତି, ପୂର୍ବ ମାଓବାଦୀ ଏବଂ ପିସିଏପିଏର ସଦସ୍ୟ ଗ୍ରାଉଣ୍ଡ ଜିରୋ ଉପରେ ବେଶ ଅଭିଜ୍ଞ । ନିଜ ବିଚାରଧାରାକୁ ଏମାନେ ଜନତାଙ୍କ ପାଖରେ ପହଞ୍ଚାଇବାରେ ସିଦ୍ଧହସ୍ତ । ଏମାନଙ୍କ ପାଖରେ ସାଙ୍ଗଠନିକ କୌଶଳ ମଧ୍ୟ ରହିଛି । ତେଣୁ ଏମାନଙ୍କୁ ଦଳରେ ସାମିଲ କରି ଜନସମ୍ପର୍କ ବଢାଉଥିବା ଅଜିତ କହିଛନ୍ତି ।

For All Latest Updates

ABOUT THE AUTHOR

...view details