କୋଲକାତା: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ଏବେଠାରୁ ଆରମ୍ଭ କଲେଣି କସରତ । ବିଧାନସଭା ନିର୍ବାଚନରେ ବିଜେପିକୁ ଚେକ ଦେବା ପାଇଁ ନିଜ ଶତୃଙ୍କ ସହ ବି ହାତ ମିଳାଇବାକୁ ପ୍ରସ୍ତୁତ ଅଛନ୍ତି । ବିଧାନସଭା ନିର୍ବାଚନରେ ରାଜ୍ୟର ସମସ୍ତ ଅଣ-ବିଜେପି ଦଳକୁ ଏକତ୍ର ଲଢିବା ପାଇଁ ବୁଧବାର ଅଫର ଦେଇଛନ୍ତି ଦିଦି ।
ମହାମୁକାବିଲା ପ୍ରସ୍ତୁତିରେ ମମତା - tmc
ବିଧାନସଭା ନିର୍ବାଚନରେ ରାଜ୍ୟର ସମସ୍ତ ଅଣ-ବିଜେପି ଦଳକୁ ଏକତ୍ର ଲଢିବା ପାଇଁ ବୁଧବାର ଅଫର ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଫାଇଲ ଫଟୋ
ବିଜେପିକୁ ହରାଇବାକୁ ହେଲେ ସମସ୍ତ ବିରୋଧୀ ଦଳକୁ ଏକତ୍ର ହେବାକୁ ପଡିବ ବୋଲି ସେ କହିଛନ୍ତି । ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ, ବିଜେପି ସହ ମୁକାବିଲା ପାଇଁ ଦିଦି ନିଜର ପ୍ରମୁଖ ବିରୋଧୀ ବାମଦଳ ଏବଂ କଂଗ୍ରେସ ସହ ମଧ୍ୟ ହାତ ମିଳାଇ ପାରନ୍ତି ।
ସୂଚନା ଯୋଗ୍ୟ ଯେ, ପଶ୍ଚିମବଙ୍ଗରେ 2021ରେ ବିଧାନସଭା ନିର୍ବାଚନ ହେବ । ଲୋକସଭା ପରେ ବିଧାନସଭାରେ ମଧ୍ୟ ବିଜେପି ଏଥର ଟିଏମସିକୁ କଡା ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି । ତେବେ ଲୋକସଭା ନିର୍ବାଚନ 2019ରେ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି 18ଟି ଆସନ ଦଖଲ କରି ପ୍ରମୁଖ ବିରୋଧୀ ଦଳ ରୂପରେ ଉଭା ହୋଇଛି ।