ଓଡିଶା

odisha

ETV Bharat / bharat

ମହେଶ୍ବର ସାସମଲ ହତ୍ୟା ଘଟଣା, ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ - case

ମହେଶ୍ବର ସାସମଲ ହତ୍ୟା ଘଟଣାରେ ମାନ୍ୟବର ଅତିରିକ୍ତ ଜିଲ୍ଲା କୋର୍ଟ ୧୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାରେ ମୋଟ ୧୨ ଜଣ ସାକ୍ଷ୍ୟ ରହିଥିବା ବେଳେ ଶେଷରେ ଦୀର୍ଘ 13 ବର୍ଷ ପରେ ମାମଲାର ରାୟ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

By

Published : Jun 19, 2019, 3:48 PM IST

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ମହେଶ୍ବର ସାସମଲ ହତ୍ୟା ଘଟଣାରେ ମାନ୍ୟବର ଅତିରିକ୍ତ ଜିଲ୍ଲା କୋର୍ଟ ୧୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଦୀର୍ଘ 13 ବର୍ଷ ପୂର୍ବରୁ ହୋଇଥିବା ଏହି ହତ୍ୟାକାଣ୍ଡ ଘଟଣାରେ ଆଜି ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବ୍ରହ୍ମପୁରର ଏଡିଜେ-୧ କୋର୍ଟରେ ମାମଲାର ବିଚାର ଚାଲିଥିଲା । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ମାନ୍ୟବର କୋର୍ଟ ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ଶାନ୍ତି ସୁରକ୍ଷା ସଂଙ୍ଘର ତତ୍କାଳୀନ ସଭାପତି ସନ୍ତୋଷ ସାହୁଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ, ବ୍ରହ୍ମପୁର ସହର ଉପକଣ୍ଠ ପୁଲଟା ଗ୍ରାମରେ ଗତ ୨୦୦୭ ମେ’ ୧୨ ରେ ମହେଶ୍ୱର ସାସମଲଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ମୋଟ ୧୨ ଜଣ ସାକ୍ଷ୍ୟ ରହିଥିବା ବେଳେ ଶେଷରେ ଦୀର୍ଘ 13 ବର୍ଷ ପରେ ଏହାର ରାୟ ପ୍ରକାଶ ପାଇଛି । ରାୟ ପ୍ରକାଶ ପରେ ମୃତକଙ୍କ ଭାଇ ଶେଷରେ ନ୍ୟାୟ ପାଇଥିବା କହିଛନ୍ତି।

ସେପଟେ ଦଣ୍ଡ ଘୋଷଣା ପରେ ଏହାକୁ ନେଇ ଉଚ୍ଚ ନ୍ୟାୟଳୟର ଆଶ୍ରୟ ନେବେ ବୋଲି କହିଛନ୍ତି ଲାଞ୍ଜିପଲ୍ଲୀ ଶାନ୍ତିସୁରକ୍ଷା ସଂଙ୍ଘର ସଭାପତି ସନ୍ତୋଷ ସାହୁ । ଅନ୍ୟପଟେ ଅଭିଯୁକ୍ତଙ୍କ ପାଇଁ ମାମଲା ଲଢୁଥିଲେ ବ୍ରହ୍ମପୁରର ବରିଷ୍ଠ ଆଇନଜୀବି ଶିଶିର କୁମାର ପାଢୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details