ବାପୁ, ସେ ମହାତ୍ମା । ସେ ରାଷ୍ଟ୍ରପିତା । ହଁ ଲାଗେ ଏଇ କେଇ ଶବ୍ଦରେ ଯେମିତି ପୂରା ଦୁନିଆ ବସିଯାଏ । ଥରେ ଆଲବର୍ଟ ଆଇନଷ୍ଟାଇନ କହିଥିଲେ , ଆଗମୀ ପୀଢି ବୋଧେ ବିଶ୍ବାନ କରି ନ ପାରେ ଯେ, ହାଡ ମାଂସର ଏପରି ଏକ ମଣିଷ ଯିଏ ସତରେ ଏଇ ଧରିତ୍ରୀରେ ରହିଥିଲା । ବାପୁଙ୍କୁ ଯିବା କେଇ ଦଶକ ବିତିଲାଣି । ହେଲେ ଆଜି ବି ସେଇ ତର୍କ କ୍ରମଗତ ଭାବେ ଚାଲିଛି, କଣ ବାପୁ ଓ ତାଙ୍କର ସିଦ୍ଧାନ୍ତ ସେତିକି ପ୍ରାସଙ୍ଗିକ ? ଯେତିକି ସେତେବେଳେ ସମୟରେ ଥିଲା ।
ଗାନ୍ଧୀ ଯଦିଓ ନାହାନ୍ତି, ହେଲେ ତାଙ୍କ ବିଚାର ଆଜି ବି ପୂରା ବ୍ରହ୍ମାଣ୍ଡ ଅନୁଭବ କରୁଛି । ଯେତେବଳେ ବି କୌଣସି କୋଣରେ ବୋମା ଓ ବନ୍ଧୁକର କୋଳହଲ ଶ୍ବାସରୁଦ୍ଧ କରିଦିଏ ସେତେବଳେ ମନ ସେହି ସଘଂର୍ଷ ଓ ଶାନ୍ତିର ପ୍ରତୀକ ସେହି ଅର୍ଦ୍ଧନଗ୍ନ ଫକୀର ଆଡକୁ ଚାଲିଯାଏ । ଯାହାକୁ ଦୁନିଆ କୁହେ ଗାନ୍ଧୀ । ହଁ ମହାତ୍ମା ଗାନ୍ଧୀ । ବସୁଧୈବ କୁଟୁମ୍ବମ ଭାରତୀୟ ସଂସ୍କତିର ଶାନ୍ତି ସ୍ଥାପନାର ଉଦ୍ଦେଶ୍ୟରେ ବାପୁ ଆଜି ବି ଚୀର ନମନୀୟ ।