ଓଡିଶା

odisha

ETV Bharat / bharat

ମହାତ୍ମା ଗାନ୍ଧୀଙ୍କ 72ତମ ପୁଣ୍ୟତିଥି, ଶ୍ରଦ୍ଧାଞ୍ଜଳି ଦେଲେ ସଭିଏଁ

ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 72 ତମ ପୁଣ୍ୟତିଥି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

mahatma-gandhi
ମହାତ୍ମା ଗାନ୍ଧୀ

By

Published : Jan 30, 2020, 10:34 AM IST

Updated : Jan 30, 2020, 11:08 AM IST

ନୂଆଦିଲ୍ଲୀ: ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ 72 ତମ ପୁଣ୍ୟତିଥି । ସାରା ଦେଶ ଆଜି ଦିନକୁ ଶହୀଦ ଦିବସ ଭାବେ ପାଳନ କରନ୍ତି । ଭାରତ ମାତା ପାଇଁ ଜୀବନ ଉତ୍ସର୍ଗ କରିଥିବା ବୀର ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ଦିନକୁ ଶହୀଦ ଦିବସ ରୂପରେ ପାଳନ କରାଯାଏ । 1948 ମସିହାରେ ଆଜିର ଦିନରେ ମହତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ ନାଥୁରାମ ଗଡସେ । ଏହି ହତ୍ୟା ସମ୍ପୂର୍ଣ୍ଣ ଦେଶକୁ ଦୋହଲାଇ ଦେଇଥିଲା । ଏହି ଦିନ ସମସ୍ତଙ୍କ ଆଖି ଲୁହରେ ଭରିଯାଇଥିଲା ।

ମହାତ୍ମା ଗାନ୍ଧୀଙ୍କ 72ତମ ପୁଣ୍ୟତିଥି

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡବାନୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ସିଡିଏସ ବିପିନ ରାୱତ ଏବଂ ତିନି ସେନା ପ୍ରମୁଖ ରାଜଘାଟ୍‌ରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଲେଖିଛନ୍ତି, 'ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ନମନ । ବାପୁଙ୍କ ବ୍ୟକ୍ତିତ୍ବ, ବିଚାର ଏବଂ ଆଦର୍ଶ ଆମକୁ ଶସକ୍ତ ଏବଂ ସମୃଦ୍ଧ ନୂଆ ଭାରତ ନିର୍ମାଣ ପାଇଁ ପ୍ରେରିତ କରୁଛି ଏବଂ କରୁଥିବ । ' ସେହିପରି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଟ୍ବିଟ କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ମହାତ୍ମା ଗାନ୍ଧୀଙ୍କ 72ତମ ପୁଣ୍ୟତିଥି
ମହାତ୍ମା ଗାନ୍ଧୀଙ୍କ 72ତମ ପୁଣ୍ୟତିଥି
ମହାତ୍ମା ଗାନ୍ଧୀଙ୍କ 72ତମ ପୁଣ୍ୟତିଥି

ଭାରତରେ ପ୍ରଚଳିତ ସାମାଜିକ, ରାଜନୈତିକ ବୈଷମ୍ୟ ବିରୁଦ୍ଧରେ ଗାନ୍ଧୀ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଅନେକ ଦେଶପ୍ରେମୀ ଇଂଗ୍ରେଜ କବଳରୁ ଦେଶର ସ୍ବାଧୀନତା ପାଇଁ ବିପ୍ଳବର ବହ୍ନିରେ ଝାସ ଦେଇଥିଲେ । ବାପୁଙ୍କ ଅସହଯୋଗ, ଦାଣ୍ଡି, ଭାରତଛାଡ ଆଦି ଆନ୍ଦୋଳନ ମାଧ୍ୟମରେ 1947 ଅଗଷ୍ଟ 15ରେ ଦେଶ ସ୍ବାଧୀନ ହୋଇଥିଲା ।

Last Updated : Jan 30, 2020, 11:08 AM IST

ABOUT THE AUTHOR

...view details