ଓଡିଶା

odisha

ETV Bharat / bharat

ବାପୁଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ମନେ ପଡେ ଅହିଂସା ନୀତି...

ଆଜି ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଦେଶ ପାଳୁଛି ସହିଦ ଦିବସ ବା ସର୍ବୋଦୟ ଦିବସ । ବିଶ୍ବ ସ୍ତରରେ ବିଦ୍ୟାଳୟରେ ଅହିଂସା ଶାନ୍ତି ଦିବସ । 1948 ମସିହା ଆଜିର ଦିନରେ ନଥୁରାମ ଗଡସେଙ୍କ ଗୁଳିରେ ଟଳି ପଡିଥିଲେ ଦେଶର ପିତା ମହାତ୍ମା ଗାନ୍ଧୀ । ଅହିଂସା ମାଧ୍ୟମରେ ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିଲେ ମହାତ୍ମା ଗାନ୍ଧୀ । ଟ୍ବିଟ କରି ଶ୍ରଦ୍ଧାଞ୍ଚଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ।

ବାପୁଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ମନେ ପଡେ ଅହିଂସା ନୀତି...
ବାପୁଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ମନେ ପଡେ ଅହିଂସା ନୀତି...

By

Published : Jan 30, 2021, 9:59 AM IST

ନୂଆଦିଲ୍ଲୀ: ଶନିବାର ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଦେଶ ପାଳୁଛି ସହିଦ ଦିବସ ବା ସର୍ବୋଦୟ ଦିବସ । ବିଶ୍ବ ସ୍ତରରେ ବିଦ୍ୟାଳୟରେ ଅହିଂସା ଶାନ୍ତି ଦିବସ । 1948 ମସିହା ଆଜିର ଦିନରେ ନଥୁରାମ ଗଡସେଙ୍କ ଗୁଳିରେ ଟଳି ପଡିଥିଲେ ଦେଶର ପିତା ମହାତ୍ମା ଗାନ୍ଧୀ । ଅହିଂସା ମାଧ୍ୟମରେ ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିଲେ ମହାତ୍ମା ଗାନ୍ଧୀ । ଗାନ୍ଧୀଙ୍କ ତିରୋଧାନ ଦିବସରେ ଟ୍ବିଟ ଯୋଗେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ରାଷ୍ଟ୍ରପତି ଟ୍ବିଟ କରି କହିଛନ୍ତି , ଗାନ୍ଧୀ ଶିଖାଇଥିବା ଶାନ୍ତି, ଅହିଂସା, ସରଳତା, ଶୁଦ୍ଧତା ସହିତ ମାନବିକତାକୁ ପାଳନ କରିବା । ସତ୍ୟ ଏବଂ ପ୍ରେମର ପଥ ଅନୁସରଣ ଆହ୍ବାନ କରିଛନ୍ତି ରାଷ୍ଟ୍ରପତି । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଏକ ଉକ୍ତିକୁ ଟ୍ବିଟ କରି ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି । ବାପୁଙ୍କ ଉକ୍ତି 'ଶସ୍ୟ ଲୋକଙ୍କ ବିନା ମଧ୍ୟ ଛିଡା ହୋଇ ରହିଥାଏ' ସହ ଏକ ଭିଡିଓ ସେୟାର କରିଛନ୍ତି ।

ବାପୁଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ମନେ ପଡେ ଅହିଂସା ନୀତି...
ବାପୁଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ମନେ ପଡେ ଅହିଂସା ନୀତି...

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ବାପୁଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କର ଆଦର୍ଶ, ନୀତି ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍ସାହିତ କରିବାରେ ଲାଗିଛି । ଶହୀଦ ଦିବସରେ ଆମେ ସେହି ସମସ୍ତ ମହାନ ମହିଳା ଏବଂ ପୁରୁଷଙ୍କ ବୀରତ୍ବର ବଳିଦାନକୁ ମନେ ପକାଉଛୁ, ଯେଉଁମାନେ ଭାରତର ସ୍ବାଧୀନତା ତଥା ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ।

ବାପୁଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ମନେ ପଡେ ଅହିଂସା ନୀତି...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାପୁଙ୍କୁ ମନେ ପକାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ମୁଁ ଆମର ସମ୍ମାନଜନକ ବାପୁଙ୍କୁ ପ୍ରଣାମ କରେ । ଶାନ୍ତି ଏବଂ ଅହିଂସାର ପ୍ରୋତ୍ସାହକ, ତାଙ୍କର ଶିକ୍ଷା ସମଗ୍ର ବିଶ୍ବରେ ଲୋକଙ୍କ ପାଇଁ ଏକ ପ୍ରେରଣା | ‘ସ୍ବଦେଶୀ’ ପାଇଁ ତାଙ୍କର ଦୃଷ୍ଟିକୋଣ ଏକ ନିର୍ମାଣରେ ଆମ ସମସ୍ତଙ୍କ ପାଇଁ ଏକ ମାର୍ଗଦର୍ଶକ ଅଟେ ।

ବାପୁଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ମନେ ପଡେ ଅହିଂସା ନୀତି...

ଏହାସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଗାନ୍ଧୀଙ୍କ ତିରୋଧାନରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟ ଓ ଅହିଂସାର ମାର୍ଗ ଅନୁସରଣ କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ରାଜ୍ୟପାଳ କହିଛନ୍ତି ।

ବାପୁଙ୍କ 73ତମ ଶ୍ରାଦ୍ଧବାର୍ଷିକୀରେ ମନେ ପଡେ ଅହିଂସା ନୀତି...

କଳା ଲୋକଙ୍କ ଉପରେ ଗୋରାଙ୍କ ଅତ୍ୟାଚାର ତାଙ୍କୁ ବିଚଳିତ କରିଥିଲା । ସତ୍ୟ ଓ ଅହିଂସାକୁ ସାରଥୀ କରି ଗାନ୍ଧୀ ଗୋରାଙ୍କ ବିରୋଧରେ ଆରମ୍ଭ କରିଥିଲେ ବିପ୍ଳବ । ଆଉ ଦେଶବାସୀଙ୍କୁ ଚଖାଇଥିଲେ ସ୍ବାଧୀନତାର ସ୍ବାଦ । ଆତ୍ମନିର୍ଭରଶୀଳ ହେବାରେ ଗାନ୍ଧୀଙ୍କ ବିଶ୍ବାସ ତାଙ୍କ ସାମାଜିକ ଦର୍ଶନର ମୂଳଦୁଆ ଥିଲା । କେବଳ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆତ୍ମନିର୍ଭରଶୀଳ ହୋଇ ଜଣେ ବ୍ୟକ୍ତି ବା ରାଷ୍ଟ୍ର ନିଜ ସ୍ବାଧୀନତାକୁ ସୁରକ୍ଷା ଦେଇ ଏକ ସମ୍ମାନଜନକ ଅସ୍ତିତ୍ବ ବଜାୟ ରଖିପାରିବେ ବୋଲି କହୁଥିଲେ ଗାନ୍ଧୀ ।

1948 ମସିହା ଜାନୁଆରୀ 30 ତାରିଖ ସନ୍ଧ୍ୟାରେ ଦିଲ୍ଲୀ ବିରଳା ଭବନରେ ଗୁଳିବଦ୍ଧ ହୋଇ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଭାରତର ସ୍ବାଧୀନତା ପ୍ରାପ୍ତି ପରେ ମାତ୍ର 5 ମାସ 15 ଦିନ ବଞ୍ଚିରହିଥିଲେ ଗାନ୍ଧୀ । ଏହି ସମୟ ଥିଲା ତାଙ୍କ ପାଇଁ ଅତ୍ୟନ୍ତ ବେଦନାଦାୟକ ଓ ଯନ୍ତ୍ରଣା ଦିବସ । ଭାରତର ବିଭାଜନ ତାଙ୍କୁ ଯେତିକି କଷ୍ଟ ଦେଇଥିଲା ଦେଶରେ ସେହି ସମୟରେ ଗଢି ଉଠିଥିବା ବିଭିନ୍ନ ସଙ୍ଘଠନର ସାମ୍ପ୍ରଦାୟିକ ଦଙ୍ଗା ତାଙ୍କୁ ଅଧିକ ଯନ୍ତ୍ରଣା ଦେଇଥିଲା । ଐତିହାସିକ ତଥ୍ୟ ଅନୁଯାୟୀ ଗାନ୍ଧୀଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ 6 ମାରିବା ପାଇଁ ଉଦ୍ୟମ କରାଯାଇଥିଲା । 1934 ମସିହାରେ ତାଙ୍କୁ ପ୍ରଥମ ଥର ଆକ୍ରମଣ କରାଯାଇଥିଲା । ପୁନେର ନଗର ପାଳିକା ଦ୍ବାରା ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାକୁ ଯିବା ସମୟରେ ତାଙ୍କ ଉପରକୁ ବୋମା ଫିଙ୍ଗାଯାଇଥିଲା । କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ 1944 ମସିହାରେ ମଧ୍ୟ ଜଣେ ଲୋକ ତାଙ୍କ ନିକଟକୁ ଛୁରୀ ନେଇ ଆସିଥିଲେ । 1948 ମସିହା ଜାନୁଆରୀ 20ରେ ହୋଇଥିବା ପଞ୍ଚମ ଷଡଯନ୍ତ୍ର ଥିବା ଖୁବ ଚାଞ୍ଚଲ୍ୟକର । ଏହାପରେ ମହାତ୍ମା ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଥିଲା । କିନ୍ତୁ ଗାନ୍ଧୀଜି ଏହାକୁ ବିରୋଧ କରିଥିଲେ । ସୁରକ୍ଷା ଗ୍ରହଣ କରିବାକୁ ନାରାଜ ଥିଲେ । ଶେଷରେ ଜାନୁଆରୀ 30ରେ ଆତତାୟୀ ନାଥୁରାମ୍‌ ଗଡସେ ଗାନ୍ଧୀଙ୍କ ଛାତିକୁ ତିନି ରାଉଣ୍ଡ ଗୁଳି ଚାଳନା କରିଥିଲା । ସେଇଠି ଟଳି ପଡିଥିଲେ ଅହିଂସାର ଆଜୀବନ ଉପାସକ ଜାତିର ପିତା ମହାତ୍ମା ଗାନ୍ଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details