ଓଡିଶା

odisha

ETV Bharat / bharat

ମହାଶିବରାତ୍ରୀରେ ଶେଷ କୁମ୍ଭମେଳା ସ୍ନାନ, ବୁଡ ପକାଇଲେ କୋଟି କୋଟି ଶ୍ରଦ୍ଧାଳୁ

ଦେଶର ସର୍ବବୃହତ ଆଧ୍ୟାତ୍ମିକ ମେଳା ‘ପ୍ରୟାଗ କୁମ୍ଭମେଳା’ରେ ଆଜି ଶେଷ ବୁଡ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ। ଭୋରରୁ ଭକ୍ତ ଶ୍ରଦ୍ଧାର ବୁଡ଼ ପକାଉଥିବା ବେଳେ ସନ୍ଧ୍ୟାଯାଏଁ ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ସାଧୁସନ୍ଥ ବୁଡ଼ ପକାଇବେ ।

By

Published : Mar 4, 2019, 2:23 PM IST

Updated : Mar 4, 2019, 3:59 PM IST

ଫଟୋ ସୈଜନ୍ୟ: ସୋସିଆଲ ମିଡିଆ, ଏଏନଆଇ

ପ୍ରୟାଗରାଜ: ଆଜି ପବିତ୍ର ମହାଶିବରାତ୍ରୀ । ସାରା ଦେଶରେ ଆଜି ଶିବଙ୍କୁ ପୂଜାର୍ଚ୍ଚନା କରି ଆରଧନା କରୁଛନ୍ତି । ତେବେ ଦେଶର ସର୍ବବୃହତ ଆଧ୍ୟାତ୍ମିକ ମେଳା ‘ପ୍ରୟାଗ କୁମ୍ଭମେଳା’ରେ ଆଜି ଶେଷ ବୁଡ ପକାଇବେ ଲକ୍ଷାଧିକ ଶ୍ରଦ୍ଧାଳୁ । ଭୋର ସକାଳୁ ଭକ୍ତମାନେ ଶ୍ରଦ୍ଧାର ବୁଡ଼ ପକାଉଥିବା ବେଳେ ସନ୍ଧ୍ୟାଯାଏଁ ଲକ୍ଷାଧିକ ଶ୍ରଦ୍ଧାଳୁ, ସାଧୁସନ୍ଥ ବୁଡ଼ ପକାଇବେ ।

କୁମ୍ଭମେଳାର ଶେଷ ଦିନ ହୋଇଥିବାରୁ ଶ୍ରଦ୍ଧାଳୁମାନେ ମନରେ ଭକ୍ତି ଏବଂ ପବିତ୍ରତାର ମନଭାବ ରଖି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ । ଆଉ ଏଭଳି ସୁଯୋଗ ବର୍ଷକୁ ଥରେ ମିଳେ । ତେଣୁ ଏଠାରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ରହିବ । ଭକ୍ତଙ୍କ ପାଇଁ ଆଜି ଶେଷ ସୁଯୋଗ ଆସିଛି । ତେଣୁ ଶ୍ରଦ୍ଧାଳୁମାନେ ଏହି ସୁଯୋଗକୁ ହାତ ଛଡ଼ା କରିବେ ନାହିଁ ।

ଶିବଙ୍କ ବାର ସୋମବାର ହେଉଛି ଶିବଭକ୍ତଙ୍କ ପାଇଁ ବଡ଼ ଦିନ । ଅନ୍ୟପକ୍ଷରେ ଆଜି ମହାଶିବରାତ୍ରୀ ଏବଂ ସୋମବାର ହୋଇଥିବାରୁ ପ୍ରୟାଗ କୁମ୍ଭମେଳାର ଅନ୍ତିମ ଦିବସ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ସୂଚନାଯୋଗ୍ୟ ପ୍ରୟାଗରାଜ କୁମ୍ଭମେଳା ଜାନୁଆରୀ ୧୫ରେ ଆରମ୍ଭ ହୋଇଥିଲା । ଦୀର୍ଘ ୫୪ ଦିବସୀୟ ମେଳା ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଏପର୍ଯ୍ୟନ୍ତ କୁମ୍ଭମେଳା ସୁରକ୍ଷିତ ଏବଂ ଶାନ୍ତି ସହିତ ପରିଚାଳିତ ହୋଇଛି । ମେଳାରେ ଶ୍ରଦ୍ଧାଳୁ ଏବଂ ସାଧୁସନ୍ଥଙ୍କ ପାଇଁ ସରକାରଙ୍କ ତରଫରୁ ସୁବ୍ୟସ୍ଥା କରାଯାଇଛି ।

ଆସନ୍ତୁ ଜାଣିବା କୁମ୍ଭମେଳାର କେତକ ମୁଖ୍ୟ କଥା-

  • ମହାଶିବରାତ୍ରୀ ଅବସରରେ ଶିବ ମନ୍ଦିରରେ 450 ଅତିରିକ୍ତ ଯବାନ ମୁତୟନ କରାଯାଇଛି ।
  • ଶେଷ ସ୍ନାନ ଯାତ୍ରାରେ ବୁଡ ପକାଇପାରିବେ 1 କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ।
  • ମକର ସଂକ୍ରାନ୍ତି ଦିନ ଆରମ୍ଭ ହେଲା ପ୍ରଥମ କୁମ୍ଭମେଳା ସ୍ନାନ (ଜାନୁଆରୀ 15)
Last Updated : Mar 4, 2019, 3:59 PM IST

ABOUT THE AUTHOR

...view details