ଓଡିଶା

odisha

ETV Bharat / bharat

ବଢିଲା ମହାରାଷ୍ଟ୍ର ଉତ୍କଣ୍ଠା, ବିଜେପି-ଶିବସେନା ଗଢିବେ ସରକାର !

କଣ ହେବ ମହାରାଷ୍ଟ୍ରର ପରବର୍ତ୍ତି ରାଜନୈତିକ ସ୍ଥିତି । ବିଜେପି ଶିବସେନା ଗଠନ କରିବେ କି ସରକାର ? ନା ଆଉ ଥରେ ନିର୍ବାଚନ ହେବ । ଅଧିକ ପଢନ୍ତୁ..

By

Published : Nov 18, 2019, 11:36 PM IST

ବଢିଲା ମହାରାଷ୍ଟ୍ର ଉତ୍କଣ୍ଠା

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ଦିନକୁ ଦିନ ଆହୁରି ରୋମାଞ୍ଚିତ ହେଉଛି । ସୋମବାର 3 ନେତାଙ୍କ ବୟାନରୁ ସରକାର ଗଠନ ନେଇ ସସପେନ୍ସ ବଢି ବଢି ଚାଲିଛି । ଫଳରେ ମହାରାଷ୍ଟ୍ରରେ କିଏ ସରକାର ଗଠନ କରିବ ସେ ନେଇ ଉତ୍କଣ୍ଠା ସୃଷ୍ଟି ହୋଇଛି ।


ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ନିଜ ସମ୍ବୋଧନ ଅବସରରେ କଂଗ୍ରେସକୁ ପ୍ରଶଂସାରେ ପୋତିଥିଲେ । ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ଏନସିପିଓ ବିଜେଡିକୁ ରାଜ୍ୟସଭାରେ ସେମାନଙ୍କର ପ୍ରଦର୍ଶନକୁ ନେଇ ତାରିଫ କରିବା ସହ ତାଙ୍କ ଠାରୁ ଶିଖିବାକୁ ସମସ୍ତ ଦଳକୁ ପରାର୍ମଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଆଜି ମୁଁ 2ଟି ରାଜନୈତିକ ଦଳର ପ୍ରଶଂସା କରିବା ପାଇଁ ଚାହୁଁଛି ଯେଉଁମାନେ ରାଜ୍ୟସଭାର ଗାରିମା ବଜାୟ ରଖି କେବେ ବି ସେମାନଙ୍କର ସାଂସଦ ମାନେ ଗୃହ ମଧ୍ୟ ଭାଗକୁ ଆସିନାହାଁନ୍ତି । ସେମାନେ ନିଜ ନିଜ ଦାବିକୁ ପ୍ରଭାବୀ ଢଙ୍ଗରେ ଗୃହରେ ଉପସ୍ଥାପନା କରିଥାନ୍ତି । ଏହି ବାୟାନକୁ ଏଥିପାଇଁ ଗୁରୁତ୍ବ ଦିଆଯାଉଛି ମହାରାଷ୍ଟ୍ରରେ ବିଜେପି 105 ସିଟ ପାଇ ମଧ୍ୟ ସରକାର ଗଠନ କରିବାରେ ବିଫଳ ହୋଇଥିବା ବେଳେ ଏନସିପି ସେଠି କିଙ୍ଗମେକର ଭୂମିକାରେ ଅବତ୍ତିର୍ଣ୍ଣ ହୋଇଛି ।


ଦ୍ବିତୀୟରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସହୋଯାଗୀ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ରାମଦାସ ଅଠଓ୍ବାଲେ ସଂସଦ ପରିସରରେ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ କହିଛନ୍ତି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ନୂଆ ଫର୍ମୁଲା ପ୍ରସ୍ତାବ ଦେଇଛନ୍ତି । ରାମଦାସ କହିଛନ୍ତି ସେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସହ ଶିବସେନାର ସର୍ତ୍ତ ନେଇ କଥା ହୋଇଛନ୍ତି । ମୁଁ ତାଙ୍କୁ 3-2ର ଫର୍ମୁଲା ଦେଇଛି । ଯେଉଁଥିରେ 3 ବର୍ଷ ବିଜେପିରୁ 2ବର୍ଷ ଶିବସେନାରୁ ମୁଖ୍ୟମନ୍ତ୍ରୀ ହେବେ । ଶିବସେନା ସାଂସଦ କହିଛନ୍ତି ଯଦି ବିଜେପି ଏହି ପ୍ରସ୍ତାବରେ ରାଜି ହେବ ତେବେ ଶିବସେନା ବିଚାର କରିବ । ତେଣୁ ମୁଁ ଏହି ପ୍ରସ୍ତାବକୁ ନେଇ ବିଜେପି ସହ କଥାବାର୍ତ୍ତା କରିବି । ରାଜନୈତିକ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ବିଜେପି ଶିବସେନାର ଏହି ସର୍ତ୍ତରେ ରାଜି ହୋଇପାରେ । ପୁଣିଥରେ ଉଭୟ ଦଳ ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଠନ କରିପାରନ୍ତି ।


ତୃତୀୟରେ ସୋମବାର ସଂଧ୍ୟାରେ ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତ ପରେ ଗଣମାଧ୍ୟମକୁ ଶରଦ ପାୱାର କହିଛନ୍ତି ସେ ମହାରାଷ୍ଟ୍ରର ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ସୋନିଆଙ୍କୁ ଅବଗତ କରାଇଛନ୍ତି । ହେଲେ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଉଭୟଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନାହିଁ । ପାୱାରଙ୍କ ଏହି ବୟାନ ଶିବସେନାକୁ ବିଚଳିତ କରିପାରେ । ଏହାସହ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପାୱାର କହିଛନ୍ତି ସେ ସମସ୍ତଙ୍କ ସହ ଅଛନ୍ତି । ପାୱାର ଆହୁରି କହିଛନ୍ତି ତାଙ୍କୁ ଜଣାନାହିଁ ଶିବସେନା ପାଖରେ କେତେ ବିଧାୟକ ଅଛନ୍ତି । ତାଙ୍କୁ ପଚାର ଏନସିପି ତ ସମସ୍ତଙ୍କ ସହ ଅଛି । ତାଙ୍କ ଦଳ ହିଁ ନିଷ୍ପତ୍ତି ନେବ ସେମାନେ କଣ କରିବେ କରିବେ ।

ଏହି 3ଟି ଘଟଣାକୁ ତର୍ଜମା କଲେ ମହାରାଷ୍ଟ୍ରରେ କିଏ ସରକାର ଗଠନ କରିବ କିଏ ବିରୋଧୀରେ ବସିବ ତାହା ଆହୁରି ଅନ୍ଧାରକୁ ଠେଲି ହୋଇଯାଇଛି । ଯଦି ବିଜେପି ଶିବସେନା ପୁଣିଥରେ ଏକାଠି ହୋଇ ସରକାର ଗଠନ କରନ୍ତି ତେବେ ଏହାକୁ କିପରି ଗ୍ରହଣ କରିବେ ମହାରାଷ୍ଟ୍ର ଜନତା । ନା ମରାଠି ରାଜନୀତିର ଖେଳୁଆଡ ଶରଦ ଏମିତି କିଛି ମାଷ୍ଟରଷ୍ଟ୍ରୋକ ମାରି କିଛି ଚକମା ଦେବାକୁ ଚାହୁଁଛନ୍ତି । ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କଂଗ୍ରେସର ଅନେକ ବରିଷ୍ଠ ନେତା ଶିବସେନା ସହ କୌଣସି ପରିସ୍ଥିତିରେ ସରକାର ଗଠନ କରିବାକୁ ଚାହୁଁନାହାଁନ୍ତି ଯେଉଁଥିପାଇଁ ସୋନିଆ ଗାନ୍ଧୀ ଶରଦ ପାୱାରଙ୍କୁ ସରକାର ଗଠନ ନକରିବାକୁ ପରାମର୍ଶ ଦେଇଛନ୍ତି ।

ABOUT THE AUTHOR

...view details